Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଡlପାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଂଚାୟତ କର୍ଡ଼lପାଳ ସରକାରୀ ଉଚ୍ଚ ପ୍ରlଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ମେହେର ମଶାଲ ଜଳାଇ କ୍ରୀଡା ପ୍ରତିଯୋଗିତା ର ଶୁଭ ଉଦଘାଟନ କରିଥିଲେ ଉଦଯାପନୀ ଉତ୍ସବ ରେ କର୍ଡ଼lପାଳ କ୍ଳଷ୍ଟର ସି ଆର ସି ସି ପ୍ରହଲ୍ଲାଦ ମୁଖି ସଭପତିତ୍ୱ କରିଥିଲେ l ଉକ୍ତ ସଭା ରେ ଅବସର ପ୍ରlପ୍ତ କୃଷି ଅଧିକାରୀ ଦୟାନିଧି ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I ସମ୍ମାନିତ ଅଧିକାରୀ ଭାବରେ ଧନମାଳୀ ବିଶ୍ୱାଳ , ଦାମୋଦର ହୋତା ଯୋଗଦାନ କରିଥିଲେ l ସମସ୍ତ ଅତିଥି ପ୍ରତିଯୋଗିତା ରେ କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ l ବିଭିନ୍ନ ବିଭାଗ ର ୪ ଟି ବର୍ଗ ରେ ଭାଗ ନେଇଥିଲେ ପ୍ରତିଯୋଗିତା ମଧ୍ୟ ରେ ଶିଶୁବଟିକା ର ବେଲୁନ କ୍ରକ , ବ୍ରେନ ଫେକସ , ସବ ଜୁନିୟର ସୁଇଟ ରେସ , ମ୍ୟୁଜିକ ଚେୟାର ୧୦୦ମିଟର ରେସ , ସିନିୟର ୨୦୦ମିଟର ରେସ ଆଦି ଅନୁଷ୍ଠିତ ହୋଇଥିଲା l ସମସ୍ତ ପ୍ରତିଯୋଗିତା କୁ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଅର୍ଜୁନ ମେହେର , ରାଜେନ୍ଦ୍ର ମେହେର , ସ୍ୱାଧୀନ ବିଶ୍ୱାଳ ଓ ଶିକ୍ଷୟତ୍ରୀ ଅମ୍ରିତା ରାନୀ ଖେତୀ ପରିଚାଳନା କରିଥିଲେ l ବିଦ୍ୟାଳୟ ସହକାରୀ ଶିକ୍ଷକ ରାଜେନ୍ଦ୍ର ମେହେର , ଶିକ୍ଷୟତ୍ରୀ ଅମ୍ରିତା ରାନୀ ଖେତୀ ସଭକାର୍ୟ୍ଯ ତୁଲାଇଥିବା ବେଳେ ଶିକ୍ଷକ ସ୍ୱାଧୀନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l ଦୁଇ ଦିନ ଧରି ଚାଲିଥିବା କ୍ରୀଡା ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ମେହେର ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ