ପପଙ୍ଗା ପାହାଡ଼ ପର୍ଯ୍ୟଟନ ସ୍ଥଳୀରେ ଦୁଗ୍ଧ ଉତ୍ପାଦକ ସମବାୟ ସମିତି ସଂପାଦକଙ୍କ ସଚେତନତା କର୍ମଶାଳା
ବରଗଡ଼ ଜିଲ୍ଲା ଗର୍ଭଣା ଦୁଗ୍ଧ ଶୀତଳକକେନ୍ଦ୍ରର ୧୭ ଟି ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଗୁଡ଼ିକର ସଂପାଦକ ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା ଭେଡ଼େନ ବ୍ଲକ ପପଙ୍ଗା ପର୍ଯ୍ୟଟନ ସ୍ଥଳୀଠାରେ ଅନୁଷ୍ଠିତ ହେଇଯାଇଛି | ଏହି ଅବସରରେ ଗର୍ଭଣା ବିଏମସିର ଇନଚାର୍ଚ୍ଚ ଶଙ୍କର୍ଷଣ କର୍ଣ୍ଣଙ୍କ ଅଧ୍ୟକତାରେ ଅନୁଷ୍ଠିତ ସରେତନତା କାର୍ଯ୍ୟକ୍ରମରେ ଓମଫେଡ଼ ପରିଚାଳିତ ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦକ ସମବାୟ ସଂଘ ସମ୍ବଲପୁର ଜିଏମ (ସାମୁଲ)ର ସାଧାରଣ ପରିଚାଳକ ଡଃ ସରୋଜ କୁମାର ସାହୁ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ବରଗଡ ପ୍ଳାଣ୍ଟ ଅଧିକାରୀ ସୁଶାନ୍ତ ମହାକୁର । କ୍ଷେତ୍ର ପରିଦର୍ଶକ ଭାରତ ବେହେରା ଯୋଗ ଦେଇ ମଞ୍ଚାସୀନ ଥିଲେ । ଡ଼ାଲବ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଂପାଦିକା ଚୁମକୀ ଷଣ୍ଢ, ଫୁଳ ଗୁଚ୍ଛା ଦେଇ ପ୍ରଥମେ ଅଥିତି ମାନଙ୍କୁ ସ୍ଵାଗତ ଜଣାଇଥିଲେ । ମଞ୍ଚାସୀନ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇ ଥିଲା l ସାମ୍ବାଦିକ ହୃଷିକେଶ ଖମାରୀ, ମନୋରଞ୍ଜନ ପ୍ରଧାନ , ମାନଭଞ୍ଜନ ଦନ୍ତା, ପ୍ରେମାନନ୍ଦ ଦେହେରୀ ,ପାଙ୍କ ଜିନୀ ଭୋଇ,ଡମ୍ବରୁ ଧର ଡାଙ୍ଗ, ଟଙ୍କଧର ମହାଲିଙ୍ଗ, ଜଗନ୍ନାଥ କର୍ଣ୍ଣ, ବାସନ୍ତୀ ମିର୍ଦ୍ଧା, ସଦାନନ୍ଦ କମ୍ପ ପ୍ରମୁଖ ଯୋଗଦେଇ ଥିଲେ । ଦୁଗ୍ଧ ସଂଗ୍ରହ, ଘାସ ଚାଷ ଉପରେ ଗୁରୁତ୍ଵ ଦେବା ସହ ଚାଷୀ ଙ ଉନ୍ନତି ହେଲେ ଦେଶ ର ପ୍ରଗତି ସମ୍ଭବ |ସରକାରଙ୍କର ବିଭିନ୍ନ ଯୋଜନା ଉପରେ ଚାଷୀ ମାନଙ୍କ ଘରକୁ ଯାଇ ଯୋଜନା ବିଷୟରେ ଅବଗତ କରାଇବାକୁ ସଂପାଦକ ମାନଙ୍କୁ ଡଃ ସରୋଜ କୁମାର ସାହୁ ପରାମର୍ଶ ଦେଇଥିବାବେଳେ,ଦୁଗ୍ଧ ଚାଷୀଙ୍କ ଉନ୍ନତି ହେଲେ ଦେଶର ପ୍ରଗତି ସମ୍ଭବ,ଘାସ ଚାଷ ଓ ଦୁଗ୍ଧ ସଂଗ୍ରହ ଉପରେ ଗୁରୁତ୍ୱ ନେଇ ବକ୍ତବ୍ୟ ରଖିଥିଲେ l ଏହାପରେ ସଂପାଦକ ମାନେ ନିଜ ନିଜ ଅଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଜଣାଇଥିଲେ | ଶେଷରେ ସାମ୍ବାଦିକ ହୃଷିକେଶ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

