ଯୁବ ସେର୍ଚ୍ଛାସେବୀଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ


ବେଲଗୁଣ୍ଠା : ବେଲଗୁଣ୍ଠା ବ୍ଳକ୍ ଗୋବରା ପଂଚାୟତ ବାସୁଦେବପୁର ଗ୍ରାମର ଯୁବ ସ୍ଵେଚ୍ଛାସେବୀ ସୁଜିତ୍ କୁମାର ଶତପଥୀ ଓରଫ କାଳିଆ (40) ଙ୍କ ଆଜି ସକାଳେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ରେ ହାର୍ଟ ଆଟାକ ରେ ଦେହାନ୍ତ ହୋଇଛି I ସେ କିଛି ଦିନ ହେବ ହେପାଟାଇଟିସ୍ ବି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ I ଗତକାଲି ରାତିରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଥିଲେ I ସୁଜିତଙ୍କ ଶବକୁ ପରିବାର ଲୋକେ ନିଜ ଗ୍ରାମ ବାସୁଦେବପୁରକୁ ଆଣିବା ପରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I ସୁଜିତଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ବହୁ ସାଙ୍ଗସାଥି ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସୁଜିତଙ୍କ ଅନ୍ତିମ ଦର୍ଶନ କରିବା ସହ ଗଭୀର ଶୋକ ବ୍ୟକ୍ତ କରିଥିଲେ I