ବାପାମାଆଙ୍କୁ ହତ୍ୟା ପରେ କରତରେ କାଟିଲା; ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ନଦୀରେ ଫିଙ୍ଗିଲା
ଲକ୍ଷ୍ନୌ,୧୯|୧୨: ବାପା ମାଆଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଇଞ୍ଜିନିୟର ପୁଅ । ୬୨ ବର୍ଷର ବାପା ଶ୍ୟାମ ବାହାଦୂର ଏବଂ ୬୦ ବର୍ଷୀୟ ମାଆ ବବିତାଙ୍କୁ ହତ୍ୟା ଅଭିଯୋଗରେ ଇଞ୍ଜିନିୟର ପୁଅ ଆମ୍ବେଶଙ୍କୁ ଗିରଫ କରିଛି ପୋଲିସ । ପୁଅ, ବାପାମାଆକୁ ଶିଳପୁଆରେ ଛେଚି ହତ୍ୟା କରିଛି ଏବଂ ଏହି ହତ୍ୟାକାଣ୍ଡ ଘଟାଇବା ପରେ ପ୍ରମାଣ ନଷ୍ଟ କରିବାକୁ ବାପାମାଆଙ୍କୁ କରତରେ କାଟି ଖଣ୍ଡ ଖଣ୍ଡ କରି ନଦୀରେ ଫିଙ୍ଗିଛି | ଏହି ବର୍ବର ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି | ଉତ୍ତରପ୍ରଦେଶର ଜାଉପୁର ଜଫରାବାଦ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଯେଉଁଠି ବାପାର ଆଉ ପୁଅ ମଧ୍ୟରେ ଝଗଡା କାରଣରୁ ୨ ଜଣଙ୍କୁ ଜୀବନ ହରାଇବାକୁ ପଡ଼ିଛି ।
ତେବେ ଦୀର୍ଘ ୬ ଦିନ ଧରି ନିଖୋଜ ଥିଲେ ବାପା ମାଆ ପୁଅ । ପୋଲିସର ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିଛି । ତେବେ ମୃତ ବ୍ୟକ୍ତି ଦୁଇଜଣ ହେଉଛନ୍ତି ୬୨ ବର୍ଷୀୟ ଶ୍ୟାମ ବାହାଦୂର ଏବଂ ତାଙ୍କ ପତ୍ନୀ ୬୦ ବର୍ଷୀୟ ବବିତା । ସୂଚନା ଅନୁସାରେ, ତାଙ୍କ ପୁଅ ଆମ୍ବେଶ ଗତ ୫ ବର୍ଷ ତଳେ ଜଣେ ମୁସଲିମ ମହିଳାଙ୍କୁ ବିବାହ କରିଥିଲେ । ଏବଂ ସେହି ବିବାହରୁ ତାଙ୍କର ୨ ଜଣ ଛୁଆ ମଧ୍ୟ ହୋଇଥିଲେ | କିନ୍ତୁ ବାପା ଶ୍ୟାମ ବାହାଦୂର ଆମ୍ବେଶଙ୍କୁ ଏବଂ ବୋହୂଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ଆଉ ବାରମ୍ବାର ଛାଡ଼ପତ୍ର ଦେବା ପାଇଁ ପୁଅକୁ ବାଧ୍ୟ କରୁଥିଲେ । ଆଉ ପୁଅ ଶେଷରେ ଛାଡ଼ପତ୍ର ମଧ୍ୟ ଦେଇଥିଲେ । ତେବେ ଛାଡ଼ପତ୍ର ପରେ ଭରଣପୋଷଣ ପାଇଁ ପତ୍ନୀ ୫ ଲକ୍ଷ ଟଙ୍କା ମାଗିଥିଲେ।
ଆଉ ଏତେ ପରିମାଣର ଟଙ୍କା ଆମ୍ବେଶଙ୍କ ପାଖରେ ନଥିବାରୁ ସେ ନିଜ ବାପାଙ୍କୁ ମାଗିଥିଲେ । କିନ୍ତୁ ବାପା ଟଙ୍କା ଦେବାକୁ ମନା କରି ଦେଇଥିଲେ । ଡିସେମ୍ବର ୮ରେ ଏହି ଟଙ୍କାକୁ ନେଇ ଉଭୟ ବାପପୁଅ ମଧ୍ୟରେ ଅନେକ ସମୟ ଧରି ବିତର୍କ ସୃଷ୍ଟି ହୋଇଥିଲା । ମାଆ ଝଗଡା ମଧ୍ୟରେ ଅଟକାଇବାକୁ ଚେଷ୍ଟା କରିବାରୁ ମାଆକୁ ଶିଳପୁଆରେ ଛେଚି ଥିଲା ତୁମୁଳ ହତ୍ୟାକାଣ୍ଡ ଘଟାଇଥିଲା ପୁଅ । ବାପାଙ୍କୁ ମଧ୍ୟ ପୁଅ ଶିଳପୁଆରେ ଛେଚି ଦେଇଥିଲା । ଉଭୟ ବାପା ମାଆଙ୍କୁ ଛେଚି ହତ୍ୟା କରିବା ପରେ କରତରେ ନିର୍ମମ ଭାବେ କାଟି ଖଣ୍ଡ ଖଣ୍ଡ କରି ଦେଇଥିଲା ଏବଂ ପ୍ରମାଣ ନଷ୍ଟ କିବା ଉଦ୍ଦେଶ୍ୟରେ ଶେଷରେ ମୃତଦେହକୁ ନେଇ ନଦୀରେ ଫିଙ୍ଗି ଦେଇଥିଲା ।

