Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିନ୍ଦୁ ଯୁବକଙ୍କ ନିର୍ମମ ଭାବେ ହତ୍ୟା; ମୃତଦେହକୁ ଗଛରେ ଝୁଲାଇ ନିଆଁ ଲଗାଇ ଦେଲେ, ନିନ୍ଦା କଲେ ୟୁନୁସ ସରକାର

ନୂଆଦିଲ୍ଲୀ,୨୦|୧୨: ବାଂଲାଦେଶରେ ହିନ୍ଦୁ ଛାତ୍ରଙ୍କ ମୃତ୍ୟୁ ଘଟଣା | ବାଂଲାଦେଶରେ ହିଂସା କମିବାର ନାଁ ଧରୁନି | ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି | ବାଂଲାଦେଶରେ ପୁଣିଥରେ ହିଂସାତ୍ମକ ବିକ୍ଷୋଭ ଦେଖାଦେଇଛି। ଏହି ହିଂସାରେ ଜଣେ ହିନ୍ଦୁ ଛାତ୍ରଙ୍କର ଜୀବନ ଯାଇଛି । ମୟମନସିଂ ଜିଲ୍ଲାର ଭାଲୁକାରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ନୃଶଂଶ ଭାବେ ହତ୍ୟା କରାଯାଇଛି। ଇସଲାମ ଧର୍ମ ବିରୋଧୀ କିଛି ମନ୍ତବ୍ୟ ଦେଇଥିବା ନେଇ ମୁସଲିମ ଚରମପନ୍ଥୀ ଦଳ ଦୀପୁଙ୍କୁ ହତ୍ୟା କରିଛି। ଏବେ ଏହି ନିର୍ମମ ହତ୍ୟାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି |

ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ଅନ୍ତରୀଣ ସରକାର ଏହି ଘଟଣାକୁ ନିନ୍ଦା କରିଛନ୍ତି। ଗତକାଲି ବାଂଲାଦେଶ ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ନୂଆ ବାଂଲାଦେଶରେ ଏପରି ହିଂସାର କୌଣସି ସ୍ଥାନ ନାହିଁ। ଏହି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ହୋଇଥିବା କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ।

ବାଂଲାଦେଶ ପୁଲିସ ସୂତ୍ର ଅନୁସାରେ, ମୃତ ହିନ୍ଦୁ ଯୁବକ ହେଉଛନ୍ତି ଦୀପୁ ଚନ୍ଦ୍ର ଦାସ ଏକ କପଡ଼ା କାରଖାନାର ସେ କର୍ମଚାରୀ ଭାବେ କାମ କରୁଥିଲେ | ଭାଲୁକା ଉପଜିଲ୍ଲା ଦୁବାଲିଆ ପାରା ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିଲେ | ଗତ ଗୁରୁବାର ରାତି ୯ଟା ବେଳେ କିଛି ସ୍ଥାନୀୟ ଅଞ୍ଚଳର ଲୋକେ ଦୀପୁଙ୍କ ଉପରେ ଆକ୍ରମଣ କରିଥିଲେ। ଦୀପୁ ପୟଗମ୍ବର ମହମ୍ମଦଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେବାର ଅଭିଯୋଗ କରି ସେମାନେ ତାଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିଲେ। ଆନ୍ଦୋଳନକାରୀ ତାଙ୍କୁ ହତ୍ୟା କରି ପରେ ମୃତଦେହକୁ ଗଛରେ ଝୁଲାଇ ନିଆଁ ଲଗାଇ ଦେଇଥିଲେ। ଇସଲାମ ଧର୍ମ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀଙ୍କ ହିଂସାର ଶିକାର ହୋଇଛନ୍ତି ଦୀପୁ । ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ମାନେ ଏହି ସମୟରେ ‘ଆଲ୍ଲା-ହୁ-ଆକବର’ ସ୍ଲୋଗାନ ଦେଉଥିବା ଭାଇରାଲ୍ ଭିଡିଓରେ ଶୁଣିବାକୁ ମିଳିଛି ।

ସରକାର ଏହି ଆକ୍ରମଣକୁ ନିନ୍ଦା କରିବା ସହିତ ନାଗରିକମାନଙ୍କୁ ସମସ୍ତ ପ୍ରକାରର ହିଂସା ବିରୁଦ୍ଧରେ ସତର୍କ ରହିବାକୁ ଅନୁରୋଧ କରିଛନ୍ତି। ଏହି ଘଟଣା ପଛରେ କିଛି ବିଚ୍ଛିନ୍ନ ଆତଙ୍କବାଦୀ ଗୋଷ୍ଠୀ ରହିଛନ୍ତି ବୋଲି କହିଛନ୍ତି ସରକାର। ତେଣୁ ଏପରି ହିଂସା, ଭୟ, ପୋଡ଼ାଜଳା ଏବଂ ଧ୍ୱଂସ କାର୍ଯ୍ୟକୁ ନିନ୍ଦା କରୁଛି। ଏପରି ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ ୟୁନୁସ ସରକାର ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

ଢାକାରେ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ହିଂସାର ବାତାବରଣ ଦେଖାଦେଇଛି। ହାଦି ପୂର୍ବର ଶେଖ ହସିନା ସରକାରର ବିରୋଧୀ ଥିଲେ। ହସିନା ସରକାରର ପତ୍ତନରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା | ଦୁଇ ଜଣ ଦୁର୍ବୁତ୍ତ ତାଙ୍କୁ ଗୁଳି କରି ହତ୍ୟା କରିବା ପରେ ବାଂଲାଦେଶ ଭାରତ ସୀମା ନିକଟକୁ ଆସିଥିଲେ ବୋଲି ବାଂଲାଦେଶ କହୁଛି। ୩୨ ବର୍ଷୀୟ ହାଦି ଗତ ଡିସେମ୍ବର ୧୨ ତାରିଖରେ ନିର୍ବାଚନ ପ୍ରଚାର ବେଳେ ଅଜଣା ଦୁର୍ବୁତ୍ତ ଦ୍ୱାରା ଗୁଳିମାଡ଼ର ଶିକାର ହୋଇଥିଲେ। ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ଗତରାତିରେ ତାଙ୍କର ମୃତ୍ୟୁ ଘଟିଛିି। ତେବେ ଏହି ଘଟଣା ପରେ ବାଂଲାଦେଶରେ ପୁଣି ଥରେ ଦେଶରେ ହିଂସା ସୃଷ୍ଟି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ