ବିଦ୍ୟାଳୟରେ ସୂଚନାଫଳକ ପଡି ପ୍ରଥମ ଶ୍ରେଣୀ ଛାତ୍ର ମୃତ; ଅନ୍ୟ ଦୁଇ ଆହତ
ରାଇରଙ୍ଗପୁର,୨୦।୧୨: ସୂଚନା ଫଳକ ପଡି ପ୍ରଥମ ଶ୍ରେଣୀ ଛାତ୍ର ମୃତ | ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବଡଭୁଣ୍ଡୁ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି | ମୃତ୍ୟ ଛାତ୍ର ଜଣକ ହେଲେ ତିରିଂ ଥାନା ଅନ୍ତର୍ଗତ ବଡ଼ ଭୁଣ୍ଡୁ ଗ୍ରାମର ଶିବ ଚରଣ ଲୋହାରଙ୍କ ପୁଅ ଅଭିର ଲୋହାର |
ସୂଚନା ଅନୁସାରେ, ମୃତ ବାଳକ ଅଭିର ଲୋହାର ପ୍ରଥମ ଶ୍ରେଣୀରେ ପଢୁଥିଲା | ଖେଳ ଛୁଟି ସମୟରେ ବିଦ୍ୟାଳୟ ପରିସରରେ ଛାତ୍ର ଅଭିର ଲୋହାର ତାର ଅନ୍ୟ ୨ ଜଣ ସାଙ୍ଗ ସହ ମିଶି ଖେଳୁଥିଲେ। ତେବେ ସେହି ସମୟରେ ସୂଚନା ଫଳକ ଭାଙ୍ଗିଯାଇ ୩ ଜଣ ଛାତ୍ରଙ୍କ ଉପରେ ପଡି ଯାଇଥିଲା। ଫଳରେ ୩ ଛାତ୍ର ଫଳକ ତଳେ ଚାପି ରହିଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ୱାରା ତିରିଂ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ପରେ ପ୍ରଥମ ଶ୍ରେଣୀ ଛାତ୍ର ଅବିର ଲୋହାରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ତେବେ ଅନ୍ୟ ଦୁଇଜଣ ଆହତ ଛାତ୍ର ଚିକିତ୍ସିତ ହେଉଛନ୍ତି। ମୃତ ଛାତ୍ର ଅବିର ଲୋହାରଙ୍କ ଘର ବଡଭୁଣ୍ଡୁ ବୋଲି ସୂଚନା ମିଳିଛି। ସୂଚନା ପାଇ ଘଟଣା ସ୍ଥଳରେ ତିରିଂ ତହସିଲଦାର, ABEO, ପୋଲିସ ପହଞ୍ଚି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିଛନ୍ତି| ପୋଲିସ ମୃତଦେହ ଜବତ୍ କରି ବ୍ୟବଛେଦ ପାଇଁ ପଠାଇଛି। ଏହି ଅଭାବନୀୟ ଘଟଣାରେ ପରିବାର ଲୋକ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିଚାଳନା କମିଟିର ଅବହେଳାକୁ ଦାୟୀ କରିଛନ୍ତି|

