Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆ ବର୍ଷରେ ନୂଆ ରିଚାର୍ଜ ପ୍ଲାନ ! ଅନଲିମିଟେଡ୍ ପ୍ଲାନ ପାଇଁ ପକେଟରୁ ଗଣିବାକୁ ପଡ଼ିବ ଅଧିକ ୧୦୦ ଟଙ୍କା

ନୂଆଦିଲ୍ଲୀ,୨୦|୧୨: ମୋବାଇଲ ବ୍ୟବହାରକାରୀ ମାନଙ୍କ ପାଇଁ ଗରୁତ୍ବପୁର୍ଣ୍ଣ ଖବର! ଏଣିକି ରିଚାର୍ଜ କରିବାକୁ ହେଲେ ପକେଟରୁ ଆଉ ୧୦୦ ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ | ନୂଆବର୍ଷରେ ରିଚାର୍ଜ ପ୍ଲାନ ହେବ ମହଙ୍ଗା |

ରିପୋର୍ଟ ମୁତାବକ, ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ ସେମାନଙ୍କର ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନର ମୂଲ୍ୟକୁ ପୂର୍ବ ମୂଲ୍ୟରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି। ତେବେ କିଛି ପ୍ଲାନ ପାଇଁ ଶୁଳ୍କ ବୃଦ୍ଧି ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯାଇଛି। ସୂଚନା ଅନୁସାରେ, ଟେଲିକମ୍ କମ୍ପାନୀଗୁଡ଼ିକ ଗତ କିଛି ମାସ ଧରି ସେମାନଙ୍କର ପ୍ଲାନଗୁଡ଼ିକୁ ସଂଶୋଧନ କରୁଛନ୍ତି। ତେବେ ଏହା ସବୁଠାରୁ ଅଧିକ ପ୍ରଭାବ ପକାଇବ ସାଧାରଣ ଉପଭୋକ୍ତାଙ୍କ ଉପରେ | ୫ଜି ଉପଭୋକ୍ତାଙ୍କ ପାଇଁ ରିଚାର୍ଜ ପ୍ଲାନ ଯଥେଷ୍ଟ ମହଙ୍ଗା ହୋଇପାରେ ବୋଲି ଶୁଣାଯାଉଛି |

ରିସର୍ଚ୍ଚ ଫାର୍ମ ମୋର୍ଗାନ୍ ଷ୍ଟାନଲିର ଏକ ରିପୋର୍ଟ ଅନୁସାରେ, ଭାରତୀୟ ଟେଲିକମ୍ କମ୍ପାନୀଗୁଡ଼ିକ ୨୦୨୬ ବର୍ଷରେ ସେମାନଙ୍କର ଶୁଳ୍କ ୧୬ ରୁ ୨୦% ପର୍ଯ୍ୟନ୍ତ ବଢ଼ାଇ ପାରନ୍ତି । ତେବେ ଏହା ପୂବରୁ ୨୦୨୪ ଜୁଲାଇ ରେ ଶେଷଥର ଶୁଳ୍କ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଦୁଇ ବର୍ଷ ପରେ ପୁଣି ଥରେ ରିଚାର୍ଜ ପ୍ଲାନ ବୃଦ୍ଧି ପାଇବାକୁ ଯାଉଛି।

ୟୁଜର କ୍ରାନ୍ତି କୁମାରଙ୍କ ଦ୍ୱାରା ସୋସିଆଲ ମିଡ଼ିଆ X ରେ ସେୟାର କରାଯାଇଥିବା ଆକଳନ ଅନୁଯାୟୀ, ଏୟାରଟେଲର ୨୮ ଦିନିଆ ଅନଲିମିଟେଡ 5G ପ୍ଲାନ ଯାହା ୩୧୯ଟଙ୍କା ରହିଛି ତାକୁ ୪୧୯ ଟଙ୍କାକୁ ବୃଦ୍ଧି କରାଯାଇ ପାରେ। ସେହିପରି ଜିଓର ୨୯୯ ପ୍ଲାନ୍ ୧.୫GB ଦୈନିକ ଡାଟା ସହିତ ଆସିଥାଏ ତାହା ୩୫୯ ଟଙ୍କାରେ ପହଞ୍ଚିପାରେ। କେବଳ ସେତିକି ନୁହେଁ ୨୮ ଦିନିଆ 5G ପ୍ଲାନ ୩୪୯ରୁ ୪୨୯ ଟଙ୍କାକୁ ବୃଦ୍ଧି ପାଇପାରେ। ତେବେ ଏହାଦ୍ୱାରା ୟୁଜର୍ସମାନଙ୍କୁ ପ୍ରତି ମାସରେ ୮୦ରୁ ୧୦୦ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡିବ |

କେବଳ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ନୁହେଁ Vodafone Idea ୟୁଜର୍ସଙ୍କୁ ମଧ୍ୟ ମହଙ୍ଗା ପଡିବ ରିଚାର୍ଜ ପ୍ଲାନ | ରିପୋର୍ଟ ମୁତାବକ, Vodafone Ideaର ୨୮ ଦିନିଆ 1GB ଦୈନିକ ଡାଟା ପ୍ଲାନ୍ ଯାହା ₹୩୪୦ ଟଙ୍କା ରହିଛି ତାହା ₹୪୧୯କୁ ବୃଦ୍ଧି ପାଇପାରେ। ସେହିଭଳି, ୫୬ ଦିନର ବୈଧତା ସହିତ 2GB ଦୈନିକ ଡାଟା ପ୍ଲାନ୍ ₹579 ରୁ ₹699 କୁ ବୃଦ୍ଧି ପାଇବ ବୋଲି କୁହାଯାଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ