ବାବୁ ପାଲି ରେ ସପ୍ତମ ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା କଳାପଥର ଗ୍ରାମ ପଞ୍ଚାୟତ ବାବୁପାଲି ଠାରେ ସପ୍ତମ ମାଁ ନାରାୟଣୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ସମାଜସେବୀ କିଶୋର ହୋତା ରିବନ କାଟି ଉଦଘାଟନ କରିଥିଲେ l ପ୍ରଥମ ମ୍ୟାଚ ଚମ୍ପାମାଲ ଏବଂ ଷଣ୍ଢା ମଧ୍ୟରେ ହୋଇଥିଲା l ଉକ୍ତ ମ୍ୟାଚ ନିର୍ଧାରିତ ୮ ଓଭର ଖେଳି ପ୍ରଥମେ ବ୍ୟାଟିଂ କରି ଷଣ୍ଢା ୯୬ ରନ ସଂଗ୍ରହ କରିଥିଲା I
ଚମ୍ପାମାଲ କ୍ରିକେଟ ଦଳ ୯୭ ରନ ର ବିଜୟ ଲକ୍ଷ ନେଇ ଖେଳ ଆରମ୍ଭ କରି ୮ଓଭର ରେ ୮୫ ରନ ସଂଗ୍ରହ କରିଥିଲା I ଫଳରେ ୧୧ ରନ ବ୍ୟବଧାନ ରେ ପରାଜିତ ହୋଇ ଥିଲା l ଦ୍ଵିତୀୟ ଲିଗ ମ୍ୟାଚ ରେ ହିଲୁଙ୍ଗ ଏବଂ ପାଇକପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ନିର୍ଦ୍ଧାରିତ ୮ ଓଭର ରେ ହିଲୁଙ୍ଗ ୪୯ ରନ କରିଥିଲା I ଜବାବ ରେ ପାଇକପାଲି ୫0 ରନ ସଂଗ୍ରହ କରି ମ୍ୟାଚ ଜିତିଯାଇଥିଲେ l ପରେ ଷଣ୍ଢା ଏବଂ ପାଇକପାଲି ମଧ୍ୟରେ ୪ ଓଭର ଲେଖାଏଁ ଖେଳି ପାଇକପାଲି ବିଜୟୀ ହୋଇ କ୍ୱା୍ଟର ଫାଇନାଲ ରେ ପ୍ରବେଶ କରିଥିଲା l ଆୟୋଜକ ପ୍ରକାଶ କୁମାର ପଧାନ , ଓମ୍ପିଆର ଭାବରେ ଅଗସ୍ତି ପଧାନ, ରାଜା କର୍ଣ୍ଣ ପରିଚାଳନା କରିଥିଲେ l ଟୁର୍ଣ୍ଣାମେଣ୍ଟ ର ଧରାବିବରଣୀ ଧୂମକେତୁ ମେହେର ପ୍ରଦାନ କରିଥିଲେ l ଉକ୍ତ ଟୁର୍ଣାମେଣ୍ଟ ରେ ମିଥୁନ ପଧାନ, ସିଲୁ ପଧାନ ପ୍ରମୁଖ ସହଯୋଗ କରିଥିଲେ l

