Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକାକୁ ନିଜର କରିବାକୁ, ଶ୍ମଶାନରେ ଯୁବକଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାମରେ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି

ବାଲିକୁଦା,୨୨।୧୨: ଦିନକୁ ଦିନ ପ୍ରେମକୁ ନେଇ ଆଶ୍ଚର୍ଯ୍ୟ ଘଟଣା ସବୁ ଦେଖିବାକୁ ମିଳୁଛି। ଏଭଳି ଏକ ଆଶ୍ଚର୍ଯ୍ୟ କର ଘଟଣା ଦେଖିବାକୁ ମିଳିଛି ବାଲିକୁଦା ବ୍ଲକ ଅନ୍ତର୍ଗତ ମରିଚପୁର ଗ୍ରାମରେ। ଗାଁର ଶ୍ମଶାନରେ, ଶନିବାର ରାତି ଅଧରେ କୌଣସି ଗୁଣିଆ ତନ୍ତ୍ର ସାଧନା କରୁଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ଅଞ୍ଚଳ ବାସୀଙ୍କ ସୂଚନା ଅନୁସାରେ, ସେହି ଶ୍ମଶାନ ନିକଟରେ ଓଷକଣା ପଞ୍ଚାୟତର ଗୋଟିଏ ପରିବାରର ୨ ଭାଇ ଭଉଣୀଙ୍କ ଫଟୋରେ ରକ୍ତ ଓ ସିନ୍ଦୂର ଲଗାଯାଇଛି। ଏବଂ ୨ଟି କଣ୍ଢେଇ କରି ସେଥିରେ ମଙ୍ଗଳସୂତ୍ର ମଧ୍ୟ ପିନ୍ଧାଯାଇଛି।

କେବଳ ସେତିକି ନୁହେଁ ସେଠାରେ ନାଲି ଶଙ୍ଖା ସିନ୍ଦୂର ସହ ଏକ ମାଟିହାଣ୍ଡି ପଡିଥିଲା। ତାହା ସହିତ ଏକ ମୃତ ଦେଶୀ କୁକୁଡ଼ା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅପଣ୍ଡରା ପଞ୍ଚାୟତର ଜଣେ ଯୁବକ ଯିଏ ଭୁବନେଶ୍ୱରରେ ରୁହନ୍ତି। ସେ ଫଟୋରେ ଥିବା ଯୁବତୀଙ୍କୁ ଭୁବନେଶ୍ୱରରେ ରଖି ପାଠ ପଢ଼ାଉଥିଲେ। ଏବଂ ଜୀବନରେ ତାଙ୍କୁ ଅତି ନିଜର ସମ୍ପର୍କ ଭାବି ତାଙ୍କ ନାମରେ ଭୁବନେଶ୍ୱରରେ ପ୍ଲଟ ଓ ଗାଡି ମଧ୍ୟ କିଣିଥିଲେ। କିନ୍ତୁ କିଛି ଦିନ ହେଲା ଯୁବତୀ ଯୁବକ ଜଣଙ୍କୁ ନା ଦେଖା କରିଛନ୍ତି ନା କିଛି କଲ। ଯୁବତୀ ଜଣକ ଗତ କିଛି ଦିନ ହେଲା ଯୁବକଙ୍କ ଠାରୁ ଦୁରେଇ ଯାଇଛନ୍ତି। ତେଣୁ ପ୍ରେମିକାଙ୍କୁ ନିଜର କରିବା ପାଇଁ ସମ୍ପୃକ୍ତ ଯୁବକ ଏଭଳି ତନ୍ତ୍ର ସାଧନାର ସାହାଯ୍ୟ ନେଉଥିବା ନେଇ ଆଲୋଚନା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ