Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋଗୀଙ୍କ ସେବାରେ ଆଉ ରହିବନି ସମସ୍ୟା; ଆସିବ ନୂଆ ୪୨୮ଟି ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ୱର,୨୩|୧୨: ଏଣିକି ରୋଗୀଙ୍କ ସେବାରେ ଆଉ ରହିବନି ସମସ୍ୟା | ସରକାର ନେଉଛନ୍ତି ଭିନ୍ନ ପଦକ୍ଷେପ | ବିଭିନ୍ନ ସମୟରେ ଆମେ ଦେଖୁ ଆମ୍ବୁଲାନ୍ସ ଟିଏ ପାଇଁ ରୋଗୀଙ୍କ ପରିବାର କେତେ ଅସୁବିଧାର ସାମ୍ନା ହୋଇଥାନ୍ତି | କେତେବେଳେ ଆମ୍ବୁଲାନ୍ସ ଥାଇକି ଖରାପ ହୋଇଯାଇଛି ତ ପୁଣି କେତେବେଳେ ଆମ୍ବୁଲାନ୍ସର ଅଭାବ ରୋଗୀକୁ ସମସ୍ୟାରେ ପକାଇଥାଏ | ତେବେ ଏ ସମସ୍ତ ଅସୁବିଧା ଏବେ ଦୂର ହେବାକୁ ଯାଉଛି | ସରକାର ଏ ସମସ୍ତ ଅସୁବିଧାକୁ ଦୃଷ୍ଟିରେ ରଖି ରୋଗୀଙ୍କ ସେବା ପାଇଁ ଆଉ ଆମ୍ବୁଲାନ୍ସର ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି | ଆମ୍ବୁଲାନ୍ସ ସେବାରେ ନୂଆ କରି ଆଉ ୪୨୮ଟି ୧୦୮ ଆମ୍ବୁଲାନ୍ସ ସାମିଲ କରାଯିବ |

ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ପାଇଁ ଏହି ଆମ୍ବୁଲାନ୍ସ ସେବାକୁ ଉଦ୍‌ଘାଟନ କରିବେ । ତେବେ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ନୂଆ ଆମ୍ବୁଲାନ୍ସ ରୋଗୀଙ୍କ ସେବା ପାଇଁ ଆରମ୍ଭ କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଉ ଥିବା ଇଏମ୍ଆରଆଇ ଗ୍ରୀନ୍ ହେଲଥ୍ ସର୍ଭିସେସ୍ ପାଖରେ ବର୍ତ୍ତମାନ ୮୬୦ଟି ୧୦୮ ଆମ୍ବୁଲାନ୍ସ, ୫୦୦ ଜନନୀ ଏକ୍ସପ୍ରେସ୍ ଓ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି । ଅକାମି ଥିବା ୧୦୮ ଆମ୍ବୁଲାନ୍ସ ଗୁଡ଼ିକୁ ପରିବର୍ତ୍ତନ କରାଯାଇ ସେହି ସ୍ଥାନରେ ନୂଆ ଆମ୍ବୁଲାନ୍ସ ସାମିଲ କରାଯାଇଛି ବୋଲି ସୂଚନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ