Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଜିଲାନ୍ସ ଜାଲରେ ଜୁନିୟର ଆକାଉଣ୍ଟାଣ୍ଟ

ସୁନ୍ଦରଗଡ଼,୨୩|୧୨ : ଭିଜିଲାନ୍ସ ଜାଲରେ ଜୁନିୟର ଆକାଉଣ୍ଟାଣ୍ଟ। ସୁନ୍ଦରଗଡ଼ ଜିଲ୍ଲାର ଓଏସ୍‌ସିଏସ୍‌ସି ଲିମିଟେଡ୍ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ଘରେ ଭିଜିଲାନ୍ସର ବଡ ଚଢ଼ାଉ | ଚଢାଉ ସମୟରେ ରବୀନ୍ଦ୍ରଙ୍କ ଘରୁ ବିପୁଳ ଟଙ୍କାର ସଂପତ୍ତି ଠାବ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ସୁନ୍ଦରଗଡ଼ ଶ୍ରୀରାମ ନଗର ଅଞ୍ଚଳରେ ଥିବା ଭଡ଼ାଘର ସମେତ ୫ଟି ସ୍ଥାନରେ ଏକାଥରେ ଭିଜିଲାନ୍ସ ରେଡ କରିଛି। ୩ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟରଙ୍କ ମିଳିତ ଟିମ ଗଠନରେ ଏହି ଚଢ଼ାଉ କରାଯାଇଛି | ସୁନ୍ଦରଗଡ଼ ଓ ବାଲେଶ୍ବରରେ ଚାଲିଥିବା ଚଢ଼ାଉରୁ ଏ ପର୍ଯ୍ୟନ୍ତ ଗୋଟିଏ ୩ ମହଲା କୋଠା, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ ଓ ଜିମ୍‌, ଗୋଟିଏ କଲ୍ୟାଣ ମଣ୍ଡପ, ୪ଟି ମୂଲ୍ୟବାନ ପ୍ଲଟ ଓ ୧୭୫ ଗ୍ରାମ ଓଜନର ସୁନା ମିଳିଛି ବୋଲି ସୂଚନା ରହିଛି |

ସୂଚନା ମୁତାବକ, ରବୀନ୍ଦ୍ର ବାରିକ ନଭେମ୍ବର ୧୯୯୫ରେ ଭଦ୍ରକ ଯୋଗାଣ କାର୍ଯ୍ୟାଳୟରେ ଜୁନିୟର ଆକାଉଣ୍ଟାଣ୍ଟ ଭାବେ ନିଯୁକ୍ତି ପାଇଥିଲେ। ସେହି ସମୟରେ ସେ ମାସକୁ ୫ ହଜାର ୪୦୦ ଟଙ୍କା ପାଉଥିଲେ । କିନ୍ତୁ ପରେ ତାଙ୍କ ନାମରେ ଅସାଧୁ ଉପାୟରେ ଅମାପ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ତେବେ ତାଙ୍କ ପାଖରେ ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ବାଲେଶ୍ୱର ଗୋପାଳଗାଁରେ ୩୫୫୦ ବର୍ଗଫୁଟ୍ ଅଞ୍ଚଳରେ ଥିବା ଏକ ତିନି ମହଲା ବାସଗୃହ, ୬୩୦୦ ବର୍ଗଫୁଟ୍ ଅଞ୍ଚଳରେ ଥିବା ଆଉ ​ଗୋଟିଏ ତିନି ମହଲା ମାର୍କେଟ କମ୍ପ୍ଲେକ୍ସ ଓ ଜିମ ମଧ୍ୟ ରହିଛି | ସେଗୁଡିକୁ ସବୁ ଭଡ଼ାରେ ଦିଆଯାଇଛି। ବାଲେଶ୍ୱରରେ ୮୯୦୦ ବର୍ଗଫୁଟ୍ ଅଞ୍ଚଳର ଗୋଟିଏ କଲ୍ୟାଣ ମଣ୍ଡପ ମଧ୍ୟ ଠାବ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ