ଖ୍ରୀଷ୍ଟମାସ, ନୂଆବର୍ଷ ପାଳନ ବେଳେ ରୁହନ୍ତୁ ସତର୍କ! ଏଥର ସାଦା ପୋଷାକରେ ବୁଲିବେ ପୋଲିସ
ଭୁବନେଶ୍ୱର,୨୩ା୧୨: ଆଉ ଦିନକ ପରେ ଖ୍ରୀଷ୍ଟମାସ! ସେଥିପାଇଁ ଆରମ୍ଭ ହେଲାଣି ବିଭିନ୍ନ ଜାଗାରେ ସେଲିବ୍ରେସନ | ଆଗକୁ ନୂଆବର୍ଷ ମଧ୍ୟ ଆସୁଛି | ତେବେ ଏହା ମଧ୍ୟରେ ରାଜଧାନୀରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ସେଲିବ୍ରେସନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି |
ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ପ୍ରେସ୍ମିଟ୍ରେ ସୂଚନା ଦେଇ କହିଛନ୍ତି,ଏଥର ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ସ୍ୱତନ୍ତ୍ର ୧୫ ପ୍ଲାଟୁନ ଫୋର୍ସ ମୁତ୍ତୟନ କରାଯିବ | ଏବଂ ତାହା ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜିରୋ ନାଇଟ୍ ସେଲିବ୍ରେଶନ ସାରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏହି ଦୁଇଦିନ ସମସ୍ତ ଘଟଣା ଉପରେ ନଜର ରଖିବା ସହ ପୋଲିସ ସାଧା ପୋଷାକରେ ରହିବେ ବୋଲି ସୂଚନା ଦେଇଛନ୍ତି|

