Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟଭାପଦର ଖେଳ ପଡିଆରେ 15 ତମ ଖମେଶ୍ବରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ସୁବଳୟା ଦଳ ଚାମ୍ପିଅନ ଘୋଷିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା – ଟେଭାପଦର ଖେଳ ପଡିଆରେ ଗତ 18 ତାରିଖରୁ ଅନୁଷ୍ଠିତ ହୋଇଥିବା 15 ତମ ମାଁ ଖମ୍ବେଶ୍ବରୀ କ୍ରିକେଟ ଟୁର୍ନାମେଣ୍ଟ, ଟେଭାପଦର କପ 2025 ଉଦଯାପିତ ହୋଇଯାଇଛି l ଆଜିର ଉଦଯାପନୀ ତଥା ଫାଇନାଲ ମେଚ ସୁବଳୟା ଏବଂ କଳାପଥର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ତିନୋଟି ଫର୍ମାଟ ବିଶିଷ୍ଟ ଏହି ମେଚରେ ପ୍ରଥମେ ସୁବଳୟା ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ 8 ଓଭରରେ 5/103 ରନ ସଂଗ୍ରହ କରିଥିଲା , ଜବାବରେ କଳାପଥର ଦଳ 5/105 ରନ ସଂଗ୍ରହ କରି ବିଜୟୀ ହୋଇଥିଲା l ସେହିପରି 5 ଓଭର ବିଶିଷ୍ଟ ଦ୍ୱିତୀୟ ଫର୍ମାଟରେ ସୁବଳୟା ପ୍ରଥମେ ବ୍ୟାଟିଂ କରି 4/66 ରନ ସଂଗ୍ରହ କରିଥିବା ବେଳେ, ଜବାବରେ କଳାପଥର 5/60 ରନ ସଂଗ୍ରହ କରି ପରାଜିତ ହୋଇଥିଲା l ତୃତୀୟ ଫର୍ମାଟରେ ନିର୍ଦ୍ଧାରିତ ୧ ଓଭରରେ ସୁବଳୟା 2/22 ରନ ସଂଗ୍ରହ କରିଥିବା ବେଳେ, ଜବାବରେ କଳାପଥର 1/21 ରନ ସଂଗ୍ରହ କରି ପରାଜିତ ହୋଇଥିଲା l ତେବେ ସୁବଳୟା ଦଳ ତିନୋଟି ଫର୍ମାଟରୁ ୨ ଟି ଫର୍ମାଟରେ ବିଜୟୀ ହୋଇ ଚଳିତ ବର୍ଷର ଚମ୍ପିୟନ ହୋଇଛି l ମଙ୍ଗଳବାର ମେଚକୁ ଅମ୍ପାୟାର ହେମନ୍ତ ବାଘ ଏବଂ ଅରୁଣ ମହାକୁଡ଼ ପରିଚାଳନା କରିଥିବା ବେଳେ, ବିନୋଦ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ l ମେନ ଅଫ ଦି ମେଚ ପୁରସ୍କାର ସୁବଳୟା ଦଳର ଧରଣୀଧର ପାତ୍ର (ଇଲୁ)ଙ୍କୁ ମିଳିଥିବା ବେଳେ , ମେନ ଅଫ ଦି ସିରିଜ ସୁବଳୟା ଦଳର ଶ୍ରୀକାନ୍ତ ନାଏକଙ୍କୁ ପ୍ରଦାନ କରାଯାଇଛି l ଆଜିର ସମସ୍ତ ମେଚ ବେଶ ସଂଘର୍ଷପୁର୍ଣ ଥିବା ବେଳେ, ମେଚ ଦେଖିବାକୁ ପଡିଆ ଚାରି ପାଖରେ ଶହ ଶହ ଦର୍ଶକଙ୍କ ଭିଡ଼ ଜମିଥିଲା l ଆଜିର ଉଦଯାପନୀ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର ମହାଲିକ, ଶିକ୍ଷକ ମନରଞ୍ଜନ ବାଘ, ଅବସରପ୍ରାପ୍ତ ଅଧ୍ୟକ୍ଷ ଭୋଳାନାଥ କର୍ମୀ, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ପୂର୍ବତନ ସରପଞ୍ଚ ସୋରଜ ବାରିକ, ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପଧାନ, ସମାଜସେବୀ ଶ୍ରୀକାନ୍ତ କର୍ମୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ଏବଂ ନଗଦ ଅର୍ଥରାଶି ପ୍ରଦାନ ପୂର୍ବକ କ୍ରୀଡା ବାର୍ତା ପ୍ରଦାନ କରିଥିଲେ l ତେବେ ମେଚ ପରେ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ କମିଟି ପକ୍ଷରୁ ସ୍ୱାଦିଷ୍ଟ ଭୋଜନ ପରସା ଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ