ଇତିହାସ ରଚିଲା ଇସ୍ରୋ; ବ୍ଲୁବର୍ଡ ବ୍ଲକ-2 ଲଞ୍ଚ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ବୁଧବାର ସକାଳ ୮.୫୫ ମିନିଟରେ ଏହାର ସବୁଠାରୁ ଶକ୍ତିଶାଳୀ ରକେଟ୍, LVM3 ବ୍ୟବହାର କରି ଆମେରିକୀୟ କମ୍ପାନୀ AST SpaceMobile ର ବ୍ଲୁବର୍ଡ ବ୍ଲକ-2 ଯୋଗାଯୋଗ ଉପଗ୍ରହକୁ ସଫଳତାର ସହ ଉତକ୍ଷେପଣ କରିଛି।
ଏହା ସବୁଠୁ ଓଜନଦାର ସାଟେଲାଇଟ୍ ।’ବାହୁବଲୀ’ ନାମରେ ପରିଚିତ ଏଲ୍ଭିଏମ୍୩ ରକେଟ୍ ୪୩.୫ ମିଟର ଉଚ୍ଚ, ଓଜନ ୬୪୦ ଟନ୍ । ଏହା ଭାରତର ସବୁଠୁ ଶକ୍ତିଶାଳୀ ରକେଟ୍ ।
ଏହା ରକେଟ୍ ର ଷଷ୍ଠ କାର୍ଯ୍ୟକ୍ଷମ ଉଡ଼ାଣ (LVM3-M6)। ଏହି ମିଶନ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (NSIL) ଏବଂ AST SpaceMobile ମଧ୍ୟରେ ଏକ ଚୁକ୍ତିନାମା ଅନୁଯାୟୀ ପରିଚାଳିତ ହେଉଛି। ଏହି ମିଶନ ବିଶ୍ୱର ସର୍ବବୃହତ ବାଣିଜ୍ୟିକ ଯୋଗାଯୋଗ ଉପଗ୍ରହକୁ ନିମ୍ନ ପୃଥିବୀ କକ୍ଷପଥ (LEO) ରେ ନିୟୋଜନ କରିବ, ଯାହା ମହାକାଶରୁ ସାଧାରଣ ସ୍ମାର୍ଟଫୋନକୁ ସିଧାସଳଖ ଉଚ୍ଚ-ଗତି ଇଣ୍ଟରନେଟ୍ ସଂଯୋଗ ପ୍ରଦାନ କରିବ। ବ୍ଲୁବର୍ଡ ବ୍ଲକ-2 ହେଉଛି AST SpaceMobile ର ପରବର୍ତ୍ତୀ ପିଢ଼ିର ଯୋଗାଯୋଗ ଉପଗ୍ରହ ଶୃଙ୍ଖଳାର ଏକ ଅଂଶ। ଏହି ଉପଗ୍ରହଗୁଡ଼ିକ ବିଶ୍ୱର ସେହି ଅଞ୍ଚଳରେ ମୋବାଇଲ୍ ସଂଯୋଗ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି ଯେଉଁଠାରେ ଭୂମି ନେଟୱାର୍କ ଅପହଞ୍ଚ ଅବସ୍ଥାରେ।
ଶ୍ରୀହରିକୋଟାରୁ ଏହା ୧୦୪ତମ ଲଞ୍ଚ୍ । ମାତ୍ର ୫୨ ଦିନ ମଧ୍ୟରେ LVM-3ର ଏହା ବ୍ୟାକ ଟୁ ବ୍ୟାକ ମିଶନ ବୋଲି ଇସ୍ରୋ ଚେୟାରମ୍ୟାନ୍ ଭି ନାରାୟଣନ୍ କହିଛନ୍ତି।

