Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା କାଲିଠାରୁ ବଢିବ ଶୀତ; ଥରିବ ସାରା ଓଡ଼ିଶା

ଭୁବନେଶ୍ୱର,୨୪|୧୨ : ଆହୁରି ଥରାଇବ ଶୀତ | ଆସନ୍ତା ୨୫ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ବଢିବ । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହିବ| ଫଳରେ ସାରା ରାଜ୍ୟରେ ଶୀତର ପ୍ରଭାବ ଜାରି ରହିବ | ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ରହିଥିଲା । ଏବେ ଏହା ବନ୍ଦ ହୋଇଯାଇଛି ଏବଂ ଏହା ପ୍ରଭାବରେ ଶୀତ ଅପେକ୍ଷାକୃତ କମ୍ ରହିଥିଲା |

କିନ୍ତୁ ଏବେ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ପବନ ବହିବ ଯେଉଁଥିପାଇଁ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ କୁହୁଡ଼ି ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି କୋରାପୁଟରେ ୬ ଡିଗ୍ରୀ, ନବରଙ୍ଗପୁର ଓ ଫୁଲବାଣୀରେ ୮ ଡିଗ୍ରୀ, ରାୟଗଡ଼ା, ଭବାନୀପାଟଣା ଓ ବଲାଙ୍ଗୀରରେ ୧୦, କେନ୍ଦୁଝର, ସୋନପୁର, ରାଉରକେଲା ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୧ ଡିଗ୍ରୀ ପର୍ଯ୍ୟନ୍ତ ରହିପାରେ । ଆସନ୍ତା ୨୮ ତାରିଖ ଯାଏ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ରାତିର ତାପମାତ୍ରା ପ୍ରାୟ ୧୦ ଡିଗ୍ରୀରୁ କମ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି |

ତେବେ ଗତ ସୋମବାର କୋରାପୁଟରେ ରାତିର ତାପମାତ୍ରା ୬.୩ ଡିଗ୍ରୀ ରହିଥିଲା | ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ କମ ତାପମାତ୍ରା ରହିଥିଲା | ସେହିପରି ସିମିଳିଗୁଡ଼ାରେ ୬.୭ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭, ଫୁଲବାଣୀରେ ୮.୫, ବୌଦ୍ଧରେ ୯.୫ ଓ ଅନୁଗୁଳରେ ୯.୬ ଡିଗ୍ରୀ ଥିଲା । ଝାରସୁଗୁଡ଼ା ଓ ଭୁବନେଶ୍ୱରରେ ପୂର୍ବ ଅପେକ୍ଷା ୨.୭ ଡିଗ୍ରୀ କମ୍ ରହିଥିଲା । ତେବେ ଗତ ୩ ଦିନରେ ରାଜଧାନୀରେ ପାରଦ ୩.୨ ଡିଗ୍ରୀ କମିଛି ବୋଲି ସୂଚନା ରହିଛି। ମଙ୍ଗଳବାର ସକାଳୁ ରାଉରକେଲା, ଫୁଲବାଣୀ, ସୋନପୁର ଓ ଝାରସୁଗୁଡ଼ାରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା । ଚାନ୍ଦବାଲି, ଭବାନୀପାଟଣା ଓ କୋରାପୁଟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା | ଏଠାରେ ଦୃଶ୍ୟମାନ ଦୂରତା ପ୍ରାୟ ୨୦୦ ମିଟରରୁ ତଳକୁ ଖସି ଯାଇଥିଲା ବୋଲି ସୂଚନା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ