Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଳଙ୍ଗ ଶାଗ, ଚିକେନ ଖାଇ ଗୋଟିଏ ପରିବାରର ୩ ମୃତ!

ଢେଙ୍କାନାଳ,୨୪|୧୨: ଢେଙ୍କାନାଳରେ ଘଟିଛି ଏକ ଦୁଖଦଃ ଘଟଣା | ଖାଦ୍ୟ ଖାଇ ପରିବାରର ୩ ଜଣଙ୍କ ମୃତ୍ୟୁ | ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି | ମୃତକଙ୍କ ମଧ୍ୟରେ ମାଆ ଏବଂ ଦୁଇ ପୁଅ ରହିଛନ୍ତି । ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ସ୍ଥିତ ଇଟାପ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ, ପରିବାରର ସମସ୍ତ ସଦସ୍ୟ ପାଳଙ୍ଗ ଶାଗ ଏବଂ ଚିକେନକୁ ଖାଦ୍ୟରେ ଖାଇଥିଲେ | ଖାଦ୍ୟ ଖାଇବା ପରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅନୁଗୋଳ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ମେଡିକାଲରେ ୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ହେଲେ ସେମାନଙ୍କର କିପରି ମୃତ୍ୟୁ ହେଲା ଏବଂ ଶାଗ, ପାଳଙ୍ଗରେ କିଛି ପ୍ରକାରର ବିଷାକ୍ତ ପଦାର୍ଥ ମିଶିଯାଇଥିଲା କି ? ତାହାକୁ ନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ