ଶିଶୁ ର ଆଦର୍ଶ ଚରିତ୍ର ଓ ରାଷ୍ଟ୍ର ନିର୍ମାଣରେ ଶିକ୍ଷା ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରରେ ୨୯ ତମ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ସଭାପତି ବିଜୟ ବାରିକଙ୍କ ସଭାପତିତ୍ୱaରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଭ୍ଯା ବିଜୟ ଲକ୍ଷ୍ମି ତରାଇ , ମୁଖ୍ଯ ଅତିଥି ଭାବେ ଯୋଗଦେବା ସହ ଦିପ ପ୍ରଜ୍ବଳନ କରି ଥିଲେ l ସମ୍ମାନୀତ ଅତିଥି ଭାବେ ପୂର୍ବତନ ଯୁଗ୍ମ ସଂପାଦକ ଧର୍ମ ନିରଞ୍ଜନ ପଣ୍ଡା , ଗୋବିନ୍ଦ ଦାସ ତରାଇ, ପୂର୍ବତନ ସଭାପତି ଶିବରାମ ନାଏକ ପ୍ରମୁଖ ଯୋଗ ଦେଇଥିଲେ I ସଂପାଦକ ରାଜେନ୍ଦ୍ର ଦେହେରି ଅତିଥି ପରିଚୟ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଲବ ଭରାସାଗର ବାର୍ଷିକ ବିବରଣି ପଠନ କରିବା ସହ ମଞ୍ଚ ପରିଚାଲନା କରିଥିଲେ । ପୁରସ୍କାର ବିତରଣି ସମୟରେ ମୁଖ୍ଯ ଅତିଥି ଭାବେ ଗୋଷ୍ଠିଶିକ୍ଷା ଅଧିକାରୀ ଅଜୟ କୁମାର୍ ଲୁହା , ମୁଖ୍ଯ ବକ୍ତା ଭାବରେ ସାସ୍କ୍ରୁତିକ ଗବେଷକ ଡ. ଅନିରୁଦ୍ଧ କୁରୁକୁରିଆ ଯୋଗଦେଇ ଶିଶୁର ଆଦର୍ଶ ଚରିତ୍ର ଓ ରାଷ୍ଟ୍ରନିର୍ମାଣରେ ଶିକ୍ଷାର ଭୂମିକା ବୋଲି ମତ ରଖିଥିଲେ। ଛାତ୍ରଛାତ୍ରୀ ତଥା ବିଦ୍ଯାଲୟର ଉନ୍ନତି କାମନା କରିବା ସହ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଯୋଗେସ୍ବର ଦାସ ଉପସ୍ଥିତଥିଲେ । କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରି ମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରିଥିଲେ l ଜନାର୍ଦନ ସାହୁଙ୍କ ତତ୍ବବଧାନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାସ୍କ୍ରୁତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଦୀର୍ଘ ଦିନ ଧରି ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ, ଯୋଗ ପ୍ରଦର୍ଶନୀ, ଡ୍ରାମା, ନାଟକ ନିଦର୍ଶନା ଦେଇ ପ୍ରସ୍ତୁତି କରାଇଥିଲେ। ଏହି ଉତ୍ସବ ରେ ଶୁଭେଚ୍ଛୁ , ପୂର୍ବ ଛାତ୍ର ଛାତ୍ରୀ, ଅବିଭାବକ ଅବିଭାବିକା, ସେବକ ସେବିକା , ପୂର୍ବତନ ଗୁରୁଜୀ ଗୁରୁମା, ପରିଚାଳନା ସମିତି ନିଷ୍ଠା ସହ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ। ଶେଷରେ ଯୁଗ୍ମ ସଂପାଦକ ଠାକୁର ରାଜହଂସ ଧନ୍ୟବାଦ ଦେଇଥିଲେ

