Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାନୁଆରି ପରିବର୍ତ୍ତେ ଫେବ୍ରୁଆରୀ ପହିଲାରୁ ଲାଗୁ ହେବ ‘ପ୍ରଦୂଷଣ ସାର୍ଟିଫିକେଟ୍ ବିନା ପେଟ୍ରୋଲ ଓ ଡିଜେଲ ମନା ’ ନିଷ୍ପତ୍ତି

ଭୁବନେଶ୍ୱର,୨୪।୧୨: ନିକଟରେ ପ୍ରଦୂଷଣ ସାର୍ଟିଫିକେଟ୍ କୁ ବାଧ୍ୟତାମୂଳକ କରାଯାଇଥିଲା। ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ଭର୍ତ୍ତି କରିବାକୁ ହେଲେ ପଲ୍ୟୁସନ ସାର୍ଟିଫିକେଟ ଥିବା ଜରୁରୀ ବୋଲି ସୂଚନା ଦିଆଯାଇଥିଲା। ଏଥିପାଇଁ ଆସନ୍ତା ଜାନୁଆରୀ ୧ରୁ ପଲ୍ୟୁସନ ସାର୍ଟିଫିକେଟର କଡ଼ାକଡ଼ି ଯାଞ୍ଚ ଆରମ୍ଭ କରାଯିବ ବୋଲି ସୂଚନା ରହିଥିଲା | ତେବେ ପଲ୍ୟୁସନ ସାର୍ଟିଫିକେଟ କରି ନଥିବା ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆଗରୁ ଏହା ଜାନୁଆରି ୧ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା | ଆଉ ଏବେ ପଲ୍ୟୁସନ ସାର୍ଟିଫିକେଟ ପାଇଁ ପୂର୍ବରୁ ଥିବା ତାରିଖକୁ ପରିବର୍ତ୍ତନ କରାଯାଇଛି | ଜାନୁଆରି ମାସ ପରିବର୍ତ୍ତେ ଏହା ଫ୍ରେବୃଆରି ପହିଲାରୁ ଏହି ନିୟମ କଡାକଡି ଭାବେ ଲାଗୁ ହେବ | ଏ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି |

ବିଜ୍ଞପ୍ତି ଅନୁସାରେ, ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଲାଗୁ ହେବାକୁଥିବା ପଲ୍ୟୁସନ ସାର୍ଟିଫିକେଟ ସମ୍ପର୍କିତ ନିୟମର ସମୟସୀମାକୁ ବଢ଼ାଇ ଦିଆଯାଇଛି | ଜାନୁଆରିରୁ ଲାଗୁ ହେବ ବଦଳରେ ଏହା ଫ୍ରେବୃଆରି ୧ରୁ ଲାଗୁ ହେବ | ଲୋକେ ପୂର୍ଵ ସମୟସୀମାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ, ଏହି ନିୟମରେ ପରିବର୍ତ୍ତନ କରାଯାଇଛି | ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଜାନୁଆରିରୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଅ ଦିଆଯାଇଛି ।

ଏହି ସମୟସୀମା ମଧ୍ୟରେ, ନୂଆ ଆଇନ ଅନୁଯାୟୀ ପଲ୍ୟୁସନ ସାର୍ଟିଫିକେଟ ନଥିବା ଗାଡି ଗୁଡିକର ପ୍ରଦୂଷଣ ଯାଞ୍ଚ କରାଇନେବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ତେବେ ଏହି ଅବଧିକୁ ବୃଦ୍ଧି କରାଯାଇଛି | ଏବେ ଲୋକେ ଏଥିରେ ବ୍ୟସ୍ତ ନ ହୋଇ ସୁରୁଖୁରୁରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି ।

ତେବେ ଜାନୁଆରି ମାସରେ ଏହା ଆଉ ଲାଗ ହେବ ନାହିଁ | ଆସନ୍ତା ଫେବ୍ରୁଆରୀ ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ କିମ୍ବା ଡିଜେଲ ଦେବାକୁ ମନା କରାଯାଇପାରିବ ନାହିଁ । ତେବେ ଏହି ନିୟମ ଲାଗୁ କରିବା ପୂର୍ବରୁ ସରକାରଙ୍କ ପକ୍ଷରୁ ୧୫ ଦିନ ପ୍ରଦୂଷଣ ସାର୍ଟିଫିକେଟ୍ ସଂକ୍ରାନ୍ତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ