ଜୀବନଚର୍ଯ୍ୟାରେ,ଏହି ପାଞ୍ଚୋଟି ମୁଦ୍ରାକୁ ସାମିଲ କରନ୍ତୁ ; ଦେବ ଚମତ୍କାରୀ ଲାଭ…
ଭଗବାନ ବିଷ୍ଣୁ, ସୂର୍ଯ୍ୟ, ଶିବ, ଗଣେଶ ଏବଂ ଦେବୀ ଦୁର୍ଗାଙ୍କ ଦ୍ୱାରା ଅନୁପ୍ରାଣିତ ୫ଟି ମୁଦ୍ରା। ପ୍ରତ୍ୟେକ ମୁଦ୍ରାର ନିଜସ୍ୱ ଅନନ୍ୟ ଲାଭ ରହିଛି ଯାହାକୁ କରିବାଦ୍ୱାରା ଆପଣଙ୍କ ଶରୀରକୁ ଅନେକ ଲାଭ ଦେବ | ତେବେ ଜାଣନ୍ତୁ ସେହି ପାଞ୍ଚଟି ମୁଦ୍ରା ବିଷୟରେ |
୧.ବିଷ୍ଣୁ ମୁଦ୍ରା- ଏହି ମୁଦ୍ରା ସ୍ନାୟୁ ପ୍ରଣାଳୀକୁ ଶାନ୍ତ କରିବାରେ ସାହାଯ୍ୟ କରେ, ଅତିରିକ୍ତ ବାତକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ ଏବଂ ମସ୍ତିଷ୍କ ଉଭୟ ଅର୍ଦ୍ଧାଙ୍ଗୀକୁ ମଧ୍ୟ ସନ୍ତୁଳିତ କରେ।
୨.ସୂର୍ଯ୍ୟ ମୁଦ୍ରା – ଏହି ମୁଦ୍ରା ମେଟାବୋଲିଜିମ୍ ବୃଦ୍ଧି କରେ, ଶରୀରରେ ଶକ୍ତି ବୃଦ୍ଧି କରେ, ଥାଇରଏଡ୍ କାର୍ଯ୍ୟକୁ ସନ୍ତୁଳିତ କରେ, ପାଚନ ପ୍ରକ୍ରିୟାକୁ ଉନ୍ନତ କରିବା ସହିତ ଶରୀରରେ ଚର୍ବି ଅଂଶକୁ ହ୍ରାସ କରିବାରେ କମାଇବାରେ ସାହାଯ୍ୟ କରେ |
୩.ଶିବ ଲିଙ୍ଗ ମୁଦ୍ରା – ମୂଳ ଚକ୍ର (ମୂଲାଧାର)କୁ ସନ୍ତୁଳିତ କରେ, ଏହାଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୁଏ , ମନରେ ସକାରାତ୍ମକତା ସୃଷ୍ଟି କରେ ତାହା ସହିତ ଶରୀରରେ ଶକ୍ତିକୁ ବୃଦ୍ଧି କରେ ଏବଂ ଆପଣଙ୍କ ଆଭ୍ୟନ୍ତରୀଣ ଅଗ୍ନିକୁ ପ୍ରଜ୍ୱଳିତ କରେ।
୪.ଗଣେଶ ମୁଦ୍ରା – ଏହି ମୁଦ୍ରାର ଅଭ୍ୟାସ ମନରେ ଆତ୍ମବିଶ୍ୱାସ ଏବଂ ଆଭ୍ୟନ୍ତରୀଣ ଶକ୍ତିକୁ ବୃଦ୍ଧି କରେ, ସକାରାତ୍ମକତା ଆଣେ, ବାଧା ଦୂର କରେ ଏବଂ ମୂଳ, ନାଭି ଏବଂ ହୃଦୟ ଚକ୍ରକୁ ସକ୍ରିୟ କରେ।
୫.ଦୁର୍ଗା ମୁଦ୍ରା – ଏହି ମୁଦ୍ରାକୁ ଅଭ୍ୟାସ କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ | ଏବଂ ମାନସିକ ଚାପ ହ୍ରାସ ହୋଇଥାଏ| ଆଭ୍ୟନ୍ତରୀଣ ଶକ୍ତିକୁ ଜାଗ୍ରତ ହେବ ସହିତ ମନରୁ ଭୟ ମଧ୍ୟ ଦୂର ହୋଇଥାଏ |
ଆମ ହାତରେ ଏକ ଶକ୍ତିଶାଳୀ ଶକ୍ତି ପ୍ରବାହ ଅଛି ଏବଂ ଯେତେବେଳେ ଆମେ ସେଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ମୁଦ୍ରାରେ ଗ୍ରହଣ କରୁ, ଆମେ ଶରୀର ଏବଂ ମନ ଭିତରେ ଆରୋଗ୍ୟକୁ ସକ୍ରିୟ କରୁ। ତେଣୁ ଏହାକୁ ପ୍ରତିଦିନ ଅଭ୍ୟାସ କରନ୍ତୁ ଏବଂ ପ୍ରତ୍ୟେକ ମୁଦ୍ରାକୁ ୫ -୧୦ ମିନିଟ୍ ପାଇଁ ଅଭ୍ୟାସ କରନ୍ତୁ | ଆରାମଦାୟକ ସ୍ଥିତିରେ ବସି ଧୀରେ ଧୀରେ ଗଭୀର ନିଶ୍ୱାସ ନିଅନ୍ତୁ ଏବଂ ମୁଦ୍ରାକୁ ସଠିକ ଭାବେ ଆଙ୍ଗୁଠି ସାହାଯ୍ୟରେ ଧାଇଁ ରଖନ୍ତୁ | ଏହ ନିୟମିତ ଅଭ୍ୟାସ କରିବା ଦ୍ୱାରା ଆପଣଙ୍କ ମନ ଏବଂ ଶରୀର ଉଭୟ ଭଲ ରହିବ |

