Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ଗସ୍ତରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର

ଭୁବନେଶ୍ୱର,୨୬|୧୨: ଓଡିଶା ଗସ୍ତରେ ଭାରତର ମୁଖ୍ୟ ନିର୍ବାଚନ କମିଶନର(CEC) ଜ୍ଞାନେଶ କୁମାର | ଡିସେମ୍ବର ୨୭ ରୁ ଡିସେମ୍ବର ୨୯ ପର୍ଯ୍ୟନ୍ତ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ। ପ୍ରସ୍ତୁତ ହୋଇଥିବା କାର୍ଯ୍ୟସୂଚୀ ଅନୁସାରେ, କମିଶନର କୁମାର ତାଙ୍କର ଗସ୍ତ ଡିସେମ୍ବର ୨୭ (ଶନିବାର) ରେ ପୁରୀରେ ଜଗନ୍ନାଥଙ୍କ ଦର୍ଶନରୁ ହିଁ ଆରମ୍ଭ କରିବେ | ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ,ସେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ କୋଣାର୍କ ସୂର୍ଯ୍ୟ ମନ୍ଦିର ଭ୍ରମଣ କରିବେ |

ପୁରୀ ଗସ୍ତ ପରେ ଡିସେମ୍ବର ୨୮ରେ ମୁଖ୍ୟ ନିର୍ବାଚନ କମିସନର ରାଜ୍ୟର ବହୁ ବିଶିଷ୍ଟ ସାଂସ୍କୃତିକ ତଥା ଐତିହାସିକ ସ୍ଥାନକୁ ପରିଦର୍ଶନ କରିବାର ସୂଚନା ରହିଛି। ସେ ରଘୁରାଜପୁରର ଐତିହ୍ୟ ଐତିହ୍ୟ ହସ୍ତଶିଳ୍ପ ଗ୍ରାମ(ପାରମ୍ପରିକ ପଟ୍ଟଚିତ୍ର) , ଧଉଳି ଶାନ୍ତି ସ୍ତୁପ, ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ତଥା ଭୁବନେଶ୍ୱରର ଐତିହାସିକ ମୁକ୍ତେଶ୍ୱର ମନ୍ଦିର ଇତ୍ୟାଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଡିସେମ୍ବର ୨୯ ତାରିଖରେ, ଅପରାହ୍ନ ୩:୦୦ ଟାରେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT)ର ଅଡିଟୋରିୟମରେ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହେବ। ଏବଂ କୁମାରଙ୍କ ତିନିଦିନିଆ ଗସ୍ତ ସମ୍ପୂର୍ଣ୍ଣ ହେବ | ସେହିଦିନ ରାତିରେ ସେ ଭୁବନେଶ୍ୱରରୁ ପ୍ରସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ