Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬୦ ବର୍ଷରେ ପାଦ ଥାପିଲେ ବଲିଉଡ ଭାଇଜାନ ସଲମାନ..

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ ୬୦ ବର୍ଷ ପୂରଣ କରିଛନ୍ତି।ଗତକାଲି ବିଳମ୍ବିତ ରାତିରେ ତାଙ୍କ ନଭି ମୁମ୍ବାଇ ସ୍ଥିତ ପାନଭେଲ ଫାର୍ମହାଉସରେ ବହୁ ଆଡମ୍ବରରେ ତାଙ୍କ ଜନ୍ମଦିନ ଅନୁଷ୍ଠିତ ହୋଇଥିଲା। ତେବେ ଆୟୋଜିତ ହୋଇଥିବା ଏହି ପାର୍ଟିରେ ଅନେକ ନାମୀଦାମୀ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ତେବେ ଇଣ୍ଡିଆ ଟିଭିର ଅଧ୍ୟକ୍ଷ ଏବଂ ମୁଖ୍ୟ ସମ୍ପାଦକ ରଜତ ଶର୍ମା ଏବଂ ପରିଚାଳନା ନିର୍ଦ୍ଦେଶକ ଋତୁ ଧାବନ ମଧ୍ୟ ସଲମାନଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇବା ପାଇଁ ଫାର୍ମହାଉସକୁ ଯାଇଥିଲେ। କେବଳ ଏତିକି ନୁହେଁ ସଲମାନ ଖାନଙ୍କ ସମଗ୍ର ପରିବାର ମଧ୍ୟ ତାଙ୍କ ଜନ୍ମଦିନ ପାଳନ କରିବାକୁ ଫାର୍ମହାଉସରେ ପହଞ୍ଚିଥିଲେ।ତାଙ୍କ ବାପା ଅର୍ଥାତ୍ ପ୍ରସିଦ୍ଧ ଚଳଚ୍ଚିତ୍ର ଚିତ୍ରନାଟ୍ୟ ଲେଖକ ସଲିମ ଖାନ ତାଙ୍କ ପତ୍ନୀ ସଲମା ଖାନଙ୍କ ସହିତ ପହଞ୍ଚିଥିଲେ ଓ ତାଙ୍କ ଭଉଣୀ ଅର୍ପିତା ଖାନ ମଧ୍ୟ ତାଙ୍କ ପିଲାମାନଙ୍କ ସହିତ ସେଠାରେ ପହଞ୍ଚିଥିଲେ। ଭାଇ ଅରବାଜ ଖାନ ମଧ୍ୟ ପତ୍ନୀ ଶୁରା ଏବଂ ନବଜାତ କନ୍ୟା ସିପାରାଙ୍କ ସହିତ ପହଞ୍ଚିଥିଲେ ଓ ଭଉଣୀ ଅଲଭିରା ଖାନ ଅଗ୍ନିହୋତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।ଏଥିସହିତ ଏହି କାର୍ଯ୍ୟକ୍ରମରେ ଅରବାଜଙ୍କ ପୁଅ ଅରହାନ ଏବଂ ସୋହେଲଙ୍କ ପୁଅ ନିର୍ବାଣ ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଦୁହେଁ ତାଙ୍କ ବନ୍ଧୁମାନଙ୍କ ସହିତ ଏକ କାରରେ ପାନଭେଲର ଫାର୍ମହାଉସରେ ପହଞ୍ଚିଥିଲେ।

ଏମାନଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ପ୍ରଫୁଲ ପଟେଲ, ସଙ୍ଗୀତା ବିଜଲାନି, ଅନୁପ ସୋନି, ଜ୍ୟାକି ଭଗନାନୀ, ରାକୁଲ ପ୍ରୀତ ସିଂହ, ପ୍ରଜ୍ଞା ଜୟସୱାଲ, ମନୀଷ ମାଲହୋତ୍ରା, କରିସ୍ମା କପୁର, ଜାହିର ଇକବାଲ, ମହେନ୍ଦ୍ର ସିଂହ ଧୋନିଙ୍କ ସହିତ ବଲିଉଡ, ରାଜନୀତି ଏବଂ କ୍ରୀଡା ଜଗତର ଅନେକ ପ୍ରସିଦ୍ଧ ବ୍ୟକ୍ତି ମାନେ ସଲମାନ୍ ଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ଫାର୍ମହାଉସ ରେ ପହଞ୍ଚିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ