Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଦୂଷଣ ସାର୍ଟିଫିକେଟ୍ ମିଳିଲେ ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର

ଭୁବନେଶ୍ବର: ପ୍ରଦୂଷଣ ସାର୍ଟିଫିକେଟ୍ ମିଳିଲେ ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର। ପରିବହନ ବିଭାଗ ପକ୍ଷରୁ ଏହି ଷ୍ଟିକର ଯୋଗାଇ ଦିଆଯିବ ।ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଘୋଷଣା କରିଛନ୍ତି।

ଯାହାର ଗାଡ଼ିରେ ଉପରେ ପୂର୍ବରୁ ଜରିମାନା ରହିଛି, ସେହି ଜରିମାନା କ୍ଲିୟର ନକରିବା ଯାଏଁ ପଲ୍ୟୁସନ ସାର୍ଟିଫିକେଟ ମିଳୁ ନାହିଁ । ଆଉ ଉକ୍ତ ଫାଇନ ଦେବା ପାଇଁ ଟ୍ରାଫିକ ଥାନାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଛି। ସେହିପରି ଦିର୍ଘ ଦିନ ଧରି ଲୋକ ଫାଇନ ଟଙ୍କା ଦେଉ ନଥିବା ବେଳେ ପୂର୍ବ ଫାଇନ କ୍ଲିୟର କରିବାକୁ ଧାଇଁଛନ୍ତି । ଯେଉଁଥିପାଇଁ ଭିଡ ହେବ ସହ ଲୋକମାନେ ବହୁ ହଇରାଣ ହରକତ ହେଉଛନ୍ତି।

ଏହାସହ ୨୦୧୯ ରୁ ବର୍ଦ୍ଧିତ ଜୋରିମାନାର ହାର ମଧ୍ୟ କମାଇବାକୁ ସରକାର ଆଲୋଚନା କରୁଥିବା କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ