Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇନଜୀବି ସତ୍ୟବ୍ରତ ମିଶ୍ର ଙ୍କୁ ଫୌଜଦାରୀ ଅଦାଳତ ର ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଛନ୍ତି ଓଡିଶା ସରକାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳ ରେ ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠାତା ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ସତ୍ୟବ୍ରତ ମିଶ୍ର ଙ୍କୁ ଫୌଜଦାରୀ ଅଦାଲତ ରେ ସରକାରୀ ଓକିଲ ଭାବରେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଶ୍ରୀ ମିଶ୍ର ୨000 ମସିହା ରେ ଓକିଲାତି ଆରମ୍ଭ କରି ବିଭିନ୍ନ ଅଦାଲତ ରେ ମକଦ୍ଦମା ଗୁଡ଼ିକୁ ସୁ ପରିଚାଳନା କରି ସଫଳତା ହାସଲ କରିଛନ୍ତି । ୧୯୯୧ ମସିହା ରୁ ବିଜେପି ଦଳ ର ସକ୍ରିୟ ସଭ୍ୟ ଭାବେ ରାଜନୀତି ଆରମ୍ଭ କରି ବିଭିନ୍ନ ପଦବୀ ରେ ଶୃଙ୍ଖଳିତ ଭାବେ କାର୍ଯ୍ୟ କରି ଆସୁଛନ୍ତି, ବର୍ତ୍ତମାନ ସେ ଜିଲ୍ଲା ଉପସଭାପତି ଦାୟିତ୍ୱରେ ରହି ଦଳୀୟ ସଂଗଠନ ରେ ସକ୍ରିୟ ଅଛନ୍ତି। ରାଜ୍ୟରେ ବିଜେପି କ୍ଷମତା କୁ ଆସିବାପରେ ଏ ଅଂଚଳ ର ବୁଦ୍ଧିଜୀବୀ ତଥା ଜନସାଧାରଣ ଆଶା ପ୍ରକଟ କରିଥିଲେ, ଶ୍ରୀ ମିଶ୍ର ସରକାରୀ ଓକିଲ ହେବେ ବୋଲି l ରାଜ୍ୟ ସରକାର ଙ୍କ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଲାପରେ ଅଂଚଳ ରେ ଖୁସି ର ଲହର ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ