ଝାରସୁଗୁଡ଼ାରେ, ହୋମଗାର୍ଡ ଭର୍ତ୍ତି ପାଇଁ ପରୀକ୍ଷା: ପଦବୀ ୧୦୨, ୪୦୦୦ରୁ ଉର୍ଦ୍ଧ ପରୀକ୍ଷାର୍ଥୀ
ଝାରସୁଗୁଡ଼ା,୨୮|୧୨: ହୋମଗାର୍ଡ ପଦବୀ ପୂରଣ ପାଇଁ ପରୀକ୍ଷା | ୪୦୦୦ରୁ ଅଧିକ ପରୀକ୍ଷାର୍ଥୀ ଦେବେ ଲିଖିତ ପରୀକ୍ଷା | ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାରେ ଖାଲି ରହିଥିବା ୧୦୨ଟି ହୋମଗାର୍ଡ ପଦବୀ ପାଇଁ ଆଜି ଲିଖିତ ପରୀକ୍ଷା ହେଉଛି । ଯେଉଁଥିରେ ସମୁଦାୟ ୪୦୪୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ରହିଛି | ତେବେ ଏହି ପରୀକ୍ଷା ଏସଏପି ବାଟାଲିୟନ ପଡିଆରେ ଅନୁଷ୍ଠିତ ହେଉଛି। ଏଥିରେ ମୋଟ ୪୦୪୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ଏହି ପରୀକ୍ଷାରୁ ୧୦୧୦ ଜଣ ପ୍ରତିଯୋଗୀ ପରବର୍ତ୍ତୀ ଶାରୀରିକ ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ ହେବେ ବୋଲି ସୂଚନା ରହିଛି |
ତେବେ ଏହି ହୋମଗାର୍ଡ ପରୀକ୍ଷା ସମୟରେ କୌଣସି ତ୍ରୁଟି ନ ହୁଏ ସେଥିଲାଗି ସୁରକ୍ଷା ବ୍ୟବସ୍ଥା ଉପରରେ ବିଶେଷ ଧ୍ୟାନ ଦିଆଯାଇଛି | ପରୀକ୍ଷାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ପରୀକ୍ଷାସ୍ଥଳରେ ଆବଶ୍ୟକ ପୁଲିସ ମୁତୟନ କରାଯାଇଛି। ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଲିକ୍ ସବୁଠାରୁ ବଡ ପ୍ରଶ୍ନ? ଏଭଳି ଗୁରୁତର ସମସ୍ୟାକୁ ଏଡ଼ାଇବା ପାଇଁ ଦୃଢ ପଦକ୍ଷେପ ନିଆଯାଇଛି | ଡ୍ୟୁଟିରେ ଥିବା ପୁଲିସ ଅଧିକାରୀଙ୍କୁ ବି ପୈକ୍ଷ ସମୟରେ ମୋବାଇଲ ନେବା ଲାଗି ବାରଣ କରାଯାଇଛି।

