ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ କୁ ନେଇ କ୍ଷତି ପୂରଣ ପାଇଁ ରାସ୍ତା ରୋକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭.୩୦ରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ମେଣ୍ଡାମାଳ ଗାଆଁ ଲବ ସେଠୀଙ୍କ ପୁଅ ସୁରେନ୍ ସେଠୀ ବସ୍ତାରେ ଧାନ ଭରିବାକୁ ଯାଉଥିଲେ। ଅପର ପଟରୁ ଏକ ଅଜଣା ବୋଲେରୋ ସୁରେନ୍ କୁ ଧକ୍କା ଦେଇ ଫେରାର ମାରିଥିଲା। ଖବର ପାଇ ପରିବାର ଲୋକେ ସୁରେନ୍ କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତର ଥାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ସଦରମହକୁମା କୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ଧିନ ଅବସରରେ ସୁରେନ୍ ଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ସୁରେନ୍ ଙ୍କୁ ୩୪ ବର୍ଷ ହୋଇଥିଲା। ଶୁକ୍ରବାର ସବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ସବ ହସ୍ତାନ୍ତର କରାଯାଇଥିଲା। ସୋନପୁରରୁ ଶୁକ୍ରବାର ପ୍ରାୟ ଦିନ ଗୋଟାଏରେ ବୀରମହାରାଜପୁରକୁ ସବ ପହଞ୍ଚିବାପରେ ବୀରମହାରାଜପୁର ମୁଖ୍ୟ ଛକଠାରେ ଶବରଖି ସୁରେନ୍ ପରିବାରକୁ ଉଚିତ କ୍ଷତିପୂରଣ ଦାବି କରି ଶତାଧିକ ଲୋକ ରାସ୍ତା ଅବରୋଧ କରିଥିଲେ। ଫଳରେ ଉଭୟ ପଟେ ଅନେକ ଗାଡ଼ି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇ ବୀରମହାରାଜପୁର ଥାନା ଅଧିକାରୀ ସାରଙ୍ଗ ଧର ପାଣିଗ୍ରାହୀ, ତହସିଲଦାର ସୁଚିସ୍ମୀତା ପାଣିଗ୍ରାହୀ, ପୋଲିସ୍ ଏସ୍ ଆଇ ସୀତା ସେଠୀ ଓ ଅନ୍ୟାନ୍ୟ ପୋଲିସ୍ କର୍ମଚାରୀ ଆନ୍ଦୋଳନ କାରିଗରୀଙ୍କ ସହିତ ଆଲୋଚନା କରି ମୃତକଙ୍କ ପରିବାରକୁ ୧୫ ହଜାର ନଗଦ ଟଙ୍କା ଦେବା ସହିତ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଗାଡ଼ି ନମ୍ବର ଜଣାପଡ଼ିବ ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସୁରେନ୍ ଜଣେ ଦିନ ମଜୁରୀଆ ଭାବରେ କାର୍ଯ୍ୟ କରି ପରିବାର ପୋଷଣ କରୁଥିଲେ। ସେ ତାଙ୍କ ପଛରେ ବୃଦ୍ଧ ବାପା ମାଁ, ସ୍ତ୍ରୀ ରିତା,ଦୁଇ ପୁଅ, ଦୁଇଭାଇ ବିରେନ୍ ଓ କିରଣଙ୍କୁ ପଛରେ ଛାଡି ଯାଇଛନ୍ତି। ଆନ୍ଦୋଳନରେ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, କଂଗ୍ରେସ ଯୁବ ନେତା ପ୍ରୀୟବ୍ରତ ସାହୁ, ସାମନ୍ତ ପାତ୍ର, କଂଗ୍ରେସ ଯୁବ ନେତା ସୁରେଶ ପଣ୍ଡାଙ୍କ ସମେତ ମେଣ୍ଡାମାଳ ଗ୍ରାମବାସୀ ଓ ଅନ୍ୟ ମାନେ ସାମିଲ ହୋଇଥିଲେ।

