ଟ୍ରକ୍ -କାର୍ ମୁହାଁମୁହିଁ ଧକ୍କା : ଘଟଣାରେ ୬ ଗୁରୁତର
କୋରାପୁଟ,୨୮|୧୨: କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ଏକ ଭୟାନକ ଦୁର୍ଘଟଣା ଘଟିଛି। କୁକୁଡା ବୋଝେଇ ଟ୍ରକ୍ ଏବଂ କାର୍ ସମ୍ନାସାମ୍ନି ଧକ୍କା ହୋଇଛି। ଫଳରେ କାର୍ ରେ ଥିବା ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ସ୍ଥାନୀୟ ଅଞ୍ଚଳବାସୀ ଲୋକଙ୍କ ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରି ବୈପାରୀଗୁଡା ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ ଆହତଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି। ସୂଚନାନୁସାରେ, କାର୍ଟି କୁନ୍ଦୁରାରୁ ଆସୁଥିଲା | ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ହ୍ରାସ ହୋଇଥିଲା ଫଳରେ କାର୍ଟି ବିପରୀତ ଦିଗରୁ ଆସୁଥିବା କୁକୁଡ଼ାବୋଝେଇ ଗାଡି ସହ ଧକ୍କା ହୋଇଥିଲା | ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ରହିଛି | ତେବେ ସୂଚନା ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି |

