ଗାଡ଼ିରେ ଗ୍ରୀନ୍ ଷ୍ଟିକର ନାହିଁ; ପେଟ୍ରୋଲପମ୍ପରେ ମିଳିବନି ପେଟ୍ରୋଲ କିମ୍ବା ଡିଜେଲ
ଭୁବନେଶ୍ୱର, ୨୮|୧୨: ଏଣିକି ସବୁ ଗାଡିରେ ଗ୍ରୀନ ଷ୍ଟିକର ଲାଗିବା ହେବ ବାଧ୍ୟତାମୂଳକ | ସବୁ ଯାନବାହାନରେ ଲାଗିବ ଗ୍ରୀନ୍ ଷ୍ଟିକର । ତେବେ କଣ ଏଇ ଗ୍ରୀନ ଷ୍ଟିକର? ଜାଣି ରଖନ୍ତୁ ତାହା ବିଷୟରେ ,ଏହି ଗ୍ରୀନ ଷ୍ଟିକର ଲାଗିବା ଅର୍ଥ, ଆପଣଙ୍କ ଗାଡିର ପ୍ରଦୂଷଣ ସାର୍ଟିଫିକେଟ ରହିଛି ବୋଲି ପ୍ରମାଣ କରୁଛି । ଯଦି ଆପଣଙ୍କ ଗାଡ଼ିରେ ଗ୍ରୀନ ଷ୍ଟିକର ଲାଗିଛି ତାହାଲେ ଆପଣଙ୍କୁ ପିୟୁସି ମିଳିଛି | ଆଉ ପେଟ୍ରୋଲ ପମ୍ପରୁ ଗାଡ଼ିରେ ଇନ୍ଧନ ଭର୍ତ୍ତି କରିବାରେ କୌଣସି ଅସୁବିଧା ହେବନି | ଯଦି ଗାଡ଼ିରେ ଗ୍ରୀନ୍ ଷ୍ଟିକର ନାହିଁ ତାହାଲେ ପେଟ୍ରୋଲ ପମ୍ପରେ ଗାଡ଼ିକୁ ମିଳିବନି ପେଟ୍ରୋଲ କିମ୍ବା ଡିଜେଲ |
ତେବେ ଏହାକୁ ନେଇ ଗାଡି ଚାଳକଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି ହୋଇଛି | ଇନ୍ଧନ ନେବାକୁ ହେଲେ ଗ୍ରୀନ ଷ୍ଟିକରର ଆବଶ୍ୟକତା ଜରୁରୀ | ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି ଯେ, ଏହି ଗ୍ରୀନ୍ ଷ୍ଟିକର କେଉଁଠୁ ଓ କେମିତି ପାଇବେ । ଏ ବାବଦରେ ମନ୍ତ୍ରୀ ସ୍ପଷ୍ଟ କରି କହିଛନ୍ତିଯେ, ପରିବହନ ବିଭାଗ ଏହାର ବ୍ୟବସ୍ଥା କରିବ | ସେପଟେ ଗାଡ଼ିର ଚାଲାଣକୁ ନେଇ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି ସରକାର । ପୂର୍ବରୁ ଜାନୁଆରି ୧ରୁ ଏହି ନିୟମ ଲାଗୁ ହେବାକୁ ଥିବାବେଳେ ତାହାକୁ ଆଉ ମାସେ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ସରକାର ଏହାର ଅର୍ଥାତ ଏହି ପିୟୁସି ସମ୍ପର୍କିତ ନିୟମ ଜାନୁଆରି ପହିଲାରୁ ଲାଗୁ ହେବ ପରିବର୍ତ୍ତେ ଆସନ୍ତା ଫ୍ରେବୃଆରିରୁ ଲାଗୁ ହେବ |
ସମସ୍ତ ଦୁଇ ଚକିଆ,ଚାରି ଚକିଆ ଏବଂ ଅନ୍ୟନ୍ୟ ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର । ଗାଡିର ପ୍ରଦୂଷଣ ପ୍ରମାଣପତ୍ର ମିଳିବା ପରେ ପରିବହନ ବିଭାଗ ପକ୍ଷରୁ ଚାଳକଙ୍କୁ ଏହି ଗ୍ରୀନ୍ ଷ୍ଟିକର ପ୍ରଦାନ କରାଯିବ । ଏନେଇ ବଡ଼ ସୂଚନା ଦେଇଛନ୍ତି, ପରିବହନ ମନ୍ତ୍ରୀ ବିଭୂତି ଜେନା । ତେବେ ଆସନ୍ତା ଫେବ୍ରୁଆରୀ ପହିଲାରୁ ସମସ୍ତ ଗାଡ଼ି ଚେକିଂ ପାଇଁ କଡାକଡି ବ୍ୟବସ୍ଥା କରାଯିବ । ଗାଡ଼ିରେ ଗ୍ରୀନ୍ ଷ୍ଟିକର ନାହିଁ, ତ ତାହାର ଗାଡ଼ି ପିୟୁସି ସାର୍ଟିଫିକେଟ ନାହିଁ । ଏହାର ଅର୍ଥ ,ଗାଡିକୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ ଇନ୍ଧନ ମିଳିବ ନାହିଁ | ସେପଟେ ପରିବହନ ବିଭାଗ ପକ୍ଷରୁ ଏହି ଗ୍ରୀନ ଷ୍ଟିକର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ କେମିତି ଓ କେଉଁଠୁ ଲୋକେ ଏହାକୁ ପାଇବେ ଏ ବାବଦରେ ଖୁବ ଶୀଘ୍ର ସରକାର ଘୋଷଣା କରିବା ନେଇ ଅନୁମାନ କରାଯାଉଛି |
ପିୟୁସି ପାଇଁ ଲୋକଙ୍କ ଭିତରେ ଅନେକ ଦ୍ଵନ୍ଦ ଦେଖାଯାଇଥିବା ସମୟରେ ଚାଲାଣ ଭରିବାକୁ ନେଇ ଗାଡ଼ି ଚାଳକଙ୍କ ମଧ୍ୟରେ ଦେଖାଦେଇଛି ଆଶଙ୍କା | ତେବେ ପ୍ରଦୂଷଣ ସାର୍ଟିଫିକେଟ ପାଇବା ପୂର୍ବରୁ ରହିଥିବା ଚାଲାଣକୁ କ୍ଲିଅର କରିବା ଅତ୍ୟନ୍ତ ଜରୁରି। ସରକାରଙ୍କ ପକ୍ଷରୁ ଏଭଳି ନିୟମ ଜାରି ହେବା ପରେ ଗାଡି ଚାଳକଙ୍କ ମଧ୍ୟରେ ବ୍ୟସ୍ତତା ଦେଖାଦେଇଛି | OTP ସମସ୍ୟା ହେଉଥିବାରୁ ଅନଲାଇନରେ ଚାଲାଣ ଭରିବା ଏକ ବିରାଟ ସମସ୍ୟା ହୋଇଛି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏଣିକି ଅନଲାଇନ୍ ସହ ଅଫଲାଇନରେ ମଧ୍ୟ ଇ-ଚାଲାଣ ପୈଠ କରିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ପରିବହନ ବିଭାଗ ଗାଡି ଚାଳକଙ୍କ ଠାରୁ ନଗଦ ଅର୍ଥ ଗ୍ରହଣ ପାଇଁ RTOଙ୍କୁ ନିର୍ଦ୍ଦେଶ ଦେଇଛି | ଏଥିପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନିଯୁକ୍ତ ଥିବା ଅଧିକାରୀ ମାନଙ୍କୁ ଦାୟିତ୍ଵ ଦିଆଯିବ। ଯାହା ଦ୍ବାରା ମୋବାଇଲ ନମ୍ବର ଅପଡେଟ ରଖି ନ ଥିବାରୁ OTP ପାଉ ନ ଥିବା ଗାଡ଼ି ମାଲିକ ଓ ଇଣ୍ଟରନେଟ ସମସ୍ୟା ଥିବା ଅଞ୍ଚଳରେ ଲୋକଙ୍କ ପାଇଁ ହେବ ସହାୟକ ହେବ ବୋଲି ସୂଚନା ରହିଛି। ପୂର୍ବପରି ଅନଲାଇନରେ https://echallan.parivahan.gov.in/ ରେ ଇ-ଚାଲାଣ ଭରିବାକୁ ସ୍ପଷ୍ଟ କରାଯାଇଛି।
ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ୮୨୯ଟି ପଲ୍ୟୁସନ ସେଣ୍ଟର ରହିଛି । ତେବେ ଯଦି ଏହାର ଆବଶ୍ୟକତା ପଡେ ତାହାର ସଂଖ୍ୟା ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି କିଛି ସ୍ଥାନରେ ନୂଆ ଗାଡି ସହିତ ପୁରୁଣା ଗାଡ଼ି ଗୁଡ଼ିକୁ ଗୁଡିକର ଯାଞ୍ଚ ନ କରି ପ୍ରଦୂଷଣ ପ୍ରମାଣପତ୍ର ଦିଆଯାଉଛି ବୋଲି ଅଭିଯୋଗ ଆସୁଛି | ତେବେ ଏହି ସମସ୍ତ ଅଭିଯୋଗର ତଦନ୍ତ ହେବା ନେଇ ମନ୍ତ୍ରୀ ସ୍ପଟ କରିଛନ୍ତି |ଏବଂ ତାହା ସହିତ ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ ମୋଟା ଅଙ୍କର ଫାଇନ ବ୍ୟବସ୍ଥାକୁ କୋହଳ କରିବା ନେଇ ନିଷ୍ପତ୍ତି ନେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର |

