ଦଳର ପ୍ରତିଷ୍ଠା ଦିବସ ପରେ ବିଜେଡି ସୁପ୍ରିମୋଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କୁ ବାଣ୍ଟିଲେ ଜିଲ୍ଲାର ଦାୟିତ୍ୱ
ଭୁବନେଶ୍ୱର,୨୮ା୧୨: ଗତ ଶୁକ୍ରବାର ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା | ଆଉ ପ୍ରତିଷ୍ଠା ଦିବସର ଦୁଇ ଦିନ ପରେ ଆଜି ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଁ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୂଚନା ମୁତାବକ ଯୁବ ସଂଗଠନ ପାଇଁ ୧୬୦ ଓ ଛାତ୍ର ସଂଗଠନ ପାଇଁ ୧୪୫ ଜଣିଆ ତାଲିକା ପ୍ରକାଶ ପାଇଛି।
ଏହା ପୂର୍ବରୁ ଗତ ଶନିବାର ମଧ୍ୟ ବିଜେଡି ସୁପ୍ରିମୋ ୧୧ ସାଙ୍ଗଠନିକ ଜିଲ୍ଲା ମାନଙ୍କ ପାଇଁ ଏକ ତାଲିକା ପ୍ରକାଶ କରିଥିଲେ। ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଗଜପତି, ଅନୁଗୋଳ, ମାଲକାନଗିରି, ସୋନପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ ଆଦି ରହିଛି। ବୌଦ୍ଧ ଜିଲ୍ଲା ପାଇଁ ୮ ଉପସଭାପତି ଥିବା ବେଳେ ,୯ ଜଣ ସାଧାରଣ ସମ୍ପାଦକ ରହିଛନ୍ତି, ସେହିଭଳି ଜଣେ କୋଷାଧ୍ୟକ୍ଷ ଏବଂ ୧୭ ଜଣ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି। କନ୍ଧମାଳ ଜିଲ୍ଲାରେ ୮ ଉପସଭାପତି ଏବଂ ୨୧ ଜଣ ସାଧାରଣ ସମ୍ପାଦକ ଦାୟିତ୍ୱରେ ରହିବେ | ଏବଂ ଜଣେ କୋଷାଧ୍ୟକ୍ଷ ଏବଂ ୨୦ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି | ସେହିପରି ଦେବଗଡ଼ ଜିଲ୍ଲା ପାଇଁ ୪ ଉପସଭାପତି, ୪ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ୮ ସମ୍ପାଦକଙ୍କ ନାମ ତାଲିକାରେ ପ୍ରକାଶ ପାଇଛି । ଗଜପତି ଜିଲ୍ଲାରେ ୧୩ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୪ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି। କେନ୍ଦୁଝର ଜିଲ୍ଲା ପାଇଁ ୧୪ ଜଣ ଉପସଭାପତି, ୨୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୫ ଜଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ସମାନ ଭାବରେ ଅନୁଗୋଳ ଜିଲ୍ଲା ଲାଗି ୧୦ ଜଣ ଉପସଭାପତି, ୧୨ ଜଣ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୬ ଜଣଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ମାଲକାନଗିରିରେ ୨ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ୧୯ ଜଣ ସମ୍ପାଦକ ଭାବେ ଦାୟିତ୍ୱ ଦିଆଜିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ୧୨ ଉପସଭାପତି, ୧୧ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୨ ଜଣ ସମ୍ପାଦକ ଭାବେ ଦାୟିତ୍ୱ ପାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ୭ ଉପସଭାପତି, ୪ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୧୪ ଜଣ ସମ୍ପାଦକଙ୍କୁ ଦାୟିତ୍ୱ ବଣ୍ଟା ଯାଇଛି | କଳାହାଣ୍ଡି ଜିଲ୍ଲା ପାଇଁ ୯ ଉପସଭାପତି, ୯ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ୩୧ ଜଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସୋନପୁରରେ ୧୧ ଉପସଭାପତି, ୧୨ ସାଧାରଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ୨୫ ଜଣ ସମ୍ପାଦକଙ୍କ ନାମ ତାଲିକାରେ ପ୍ରକାଶ ପାଇଛି |

