Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହନିମୁନରୁ ଫେରିବା ପରେ ନବ ଦମ୍ପତ୍ତିଙ୍କ ଆତ୍ମହତ୍ୟା!

ବେଙ୍ଗାଲୁରୁ,୨୯|୧୨: ହନିମୁନ୍‌ ରୁ ଫେରିବା ପରେ ନବ ଦମ୍ପତ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବେଙ୍ଗାଲୁରୁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି | ସୂଚନା ଅନୁସାରେ, ଗତ ଅକ୍ଟୋବର ୨୯ରେ ଉଭୟଙ୍କ ବିବାହ ହୋଇଥିଲା | ମାତ୍ର ଦୁଇ ଦିନ ପରେ ଉଭୟ ହନିମୁନରେ ଶ୍ରୀଲଙ୍କା ଯାଇଥିଲେ | କିନ୍ତୁ ଦୁଃଖର କଥା ହେଲା ଉକ୍ତ ନବ ଦମ୍ପତ୍ତି ଘରକୁ ଫେରିବା ପରେ ଆତ୍ମହତ୍ୟା କରିଛନ୍ତି।

ମୃତ ନବ ଦମ୍ପତ୍ତି ହେଉଛନ୍ତି ମୃତ ସୁରଜ ଶିବାନ୍ନା ଏବଂ ଗାନଭି । ସ୍ୱାମୀ ସୂରଜ ବେଙ୍ଗାଲୁରୁରୁ ମହାରାଷ୍ଟ୍ରର ନାଗପୁର ଯାଇ ଶନିବାର ସେଠାରେ ଆତ୍ମହତ୍ୟା କରିଥିବାବେଳେ ସାଙ୍ଗରେ ଯାଇଥିବା ତାଙ୍କ ମାଆ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, ନବ ଦମ୍ପତ୍ତି ଵିଵାହ ପରେ ଶ୍ରୀଲଙ୍କାକୁ ହନିମୁନରେ ଯାଇଥିଲେ | ଆଉ ସେଠାରେ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା | ତେବେ ଶ୍ରୀଲଙ୍କାରୁ ହନିମୁନରୁ ଫେରିବା ପରେ ଗାନଭି ରାଗି ତାଙ୍କ ବାପା ଘରକୁ ଚାଲିଯାଇଥିଲେ | ଆଉ ସେଠାରେ ସେ ଆତ୍ମହତ୍ୟା କରିଥିଲେ । ତେବେ ଝିଅର ମୃତ୍ୟୁ ପାଇଁ ତାଙ୍କ ବାପ ଘର ଲୋକ ଜ୍ବାଇଁ ସୂରଜ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଥିଲେ। ଯୌତୁକ ପାଇଁ ନିର୍ଯାତନା ଦେବା ଏବଂ ଆତ୍ମହତ୍ୟା କରିବା ପାଇଁ ଉଷୁକାଇବା ମାମଲା ମଧ୍ୟ ଥାନାରେ ରୁଜୁ କରାଇଥିଲେ । ସେପଟେ ଗତ ଶନିବାର ମହାରାଷ୍ଟ୍ରର ନାଗପୁରର ଏକ ହୋଟେଲରେ ଚେକ ଇନ୍ କରିବାର କିଛି ଘଣ୍ଟା ପରେ ସୂରଜ ମଧ୍ୟ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ ।

ତେବେ ଏହି ଘଟଣାରେ ସୂରଜଙ୍କ ଭାଇ ସଞ୍ଜୟ କହିଛନ୍ତି ଯେ, ଧମକ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପୂରା ପରିବାର ଡିସେମ୍ବର ୨୫ରେ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଚାଲିଯାଇଥିଲେ । ଗାନଭିଙ୍କ ପରିବାର ପକ୍ଷରୁ ଯୌତୁକ ପାଇଁ ସୂରଜଙ୍କ ପରିବାର ନିର୍ଯାତନା ଦେଉଥିବା ଦାବିକୁ ସେମାନେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ବିବାହର ପୂରା ଖର୍ଚ୍ଚ ଆମ ପରିବାର ଉଠାଇଥିଲା। ସେଥିପାଇଁ ସେ କୌଣସି ପ୍ରକାରର ଟଙ୍କା ଗାନଭିଙ୍କ ପରିବାର ଲୋକଙ୍କୁ ମାଗିନଥିଲେ । ତେବେ ପୋଲିସ ଏହି ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ତଦନ୍ତ ଜାରି ରଖିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ