ଦିନକ ପରେ ୟୁଜିସି ନେଟ୍ ପରୀକ୍ଷା, ଆସନ୍ତା ୩୧ ରୁ ଜାନୁଆରୀ ୭ ପର୍ଯ୍ୟନ୍ତ ଚାଲିବ
ଭୁବନେଶ୍ୱର,୨୯।୧୨: ଆସନ୍ତା ୩୧ ତାରିଖରୁ (ୟୁଜିସି) ନେଟ୍ ପରୀକ୍ଷା ଆରମ୍ଭ ହେବ । ଡିସେମ୍ବର ୩୧ରୁ ଆରମ୍ଭ ହୋଇ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଉକ୍ତ ପରୀକ୍ଷା ଚାଲିବ । ୮୫ଟି ବିଷୟ ଉପରେ ଏହି ପରୀକ୍ଷା ହେବ । ଗତ ଶନିବାରଠୁ ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍ଟି ଏ) ୱେବ୍ସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି । ରୋଲ ନମ୍ବର ଏବଂ ପରୀକ୍ଷା କେନ୍ଦ୍ର ବିଷୟରେ ସମ୍ପୂର୍ଣ୍ଣ ସୂଚନା ଆଡମିଟ୍ କାର୍ଡରେ ରହିଛି। ଏନେଇ ଏନ୍ଟିଏ ପ୍ରକାଶ କରିଛି ବିଜ୍ଞପ୍ତି।
ବିଜ୍ଞପ୍ତି ଅନୁସାରେ, ଗତ ଅକ୍ଟୋବର ୭ ତାରିଖରୁ ନଭେମ୍ବର ୭ ଯାଏ ୟୁଜିସି ନେଟ୍ଆବେଦନ ପ୍ରକ୍ରିୟା ରହିଥିଲା। ଏବଂ ଡିସେମ୍ବର ୩୧ ତାରିଖ, ଜାନୁଆରୀ ୨, ୩, ୫, ୬ ଓ ୭ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ସଂପୂର୍ଣ୍ଣ ଭାବେ କମ୍ପ୍ୟୁଟର ବେସ୍ ଟେଷ୍ଟ ମାଧ୍ୟମରେ କରାଯିବ ।
ସୂଚନା ରହିଛି ଯେ, ଜୁନିଅର ରିସର୍ଚ୍ଚ ଫେଲୋସିପ୍ (ଜେଆର୍ଏଫ୍) ବୃତ୍ତି, ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି, ଆସିଷ୍ଟାଣ୍ଟ ପ୍ରଫେସର ଓ ପିଏଚ୍ଡି ନାମଲେଖା ଏବଂ କେବଳ ପିଏଚ୍ଡି ନାମଲେଖା ପାଇଁ ଏହି ପରୀକ୍ଷା ସହଯୋଗ କରିବ । ଏନ୍ଟିଏ ୱେବସାଇଟ୍ https://ugcnet.nta.nic.in ରେ ଏହାର ଆଡମିଟ୍ କାର୍ଡ ଉପଲବ୍ଧ ରହିଛି । ୟୁଜିସିର ୱେବ୍ସାଇଟ୍ ରେ ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା ରହିଛି।

