Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସିଲା ଟୁରିଷ୍ଟ ବସ୍: ଦୁର୍ଘଟଣାରେ ୩ ଗୁରୁତର, ୧୫ ଆହତ

ବୌଦ୍ଧ,୩୧।୧୨: ରାସ୍ତାରୁ ତଳକୁ ଖସିଲା ଟୁରିଷ୍ଟ ବସ୍| ଦୁର୍ଘଟଣାରେ ୩ ଗୁରୁତର, ୧୫ ଆହତ| ଏହି ଦୁର୍ଘଟଣା ଘଟିଛି ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ଜାତୀୟ NH 57 ରଇଠାଣୀ-ସରସରା ରାସ୍ତାରେ| ଯେଉଁଠି ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ପ୍ରାୟ ୧୮ ଜଣ ପର୍ଯ୍ୟଟକକୁ ନେଇ ଏହି ବସଟି ଯାତ୍ରା କରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ବଡ଼ ଗଛରେ ପିଟି ହୋଇଥିଲା| ଫଳରେ ବସଟି ରାସ୍ତା ତଳକୁ ଖସି ପଡିଥିଲା। ତେବେ ବସରେ ପର୍ଯ୍ୟଟକ ମାନେ ସମ୍ବଲପୁରରେ ମା’ ସମଲେଶ୍ଵରୀଙ୍କ ଦର୍ଶନ ପାଇଁ ଯାଉଥିବା ସୂଚନା ମିଳିଛି|

ସୂଚନା ଅନୁସାରେ, ଜାତୀୟ NH 57 ରଇଠାଣୀ-ସରସରା ରାସ୍ତାରେ ଘଟିଥିବା ଏହି ଦୁର୍ଘଟଣାରେ ୩ ପର୍ଯ୍ୟଟକ ଗୁରୁତର ଆହତ ହୋଇଥିବା ବେଳେ ୧୫ ଜଣ ପର୍ଯ୍ୟଟକ ସାମାନ୍ୟ ଆହତ ହୋଇଛନ୍ତି। ତେବେ ସମସ୍ତଙ୍କୁ ବୌଦ୍ଧ ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି|ପରେ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିମାନେ ପ୍ରାଥମିକ ଚିକିତ୍ସା ପରେ ନିଜ ଅଞ୍ଚଳକୁ ଅନ୍ୟ ଏକ ଗାଡ଼ିରେ ଫେରିଯାଇଥିବା ଜଣାପଡିଛି।

ତେବେ ଆଦର୍ଶ ଥାନା ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଜାରି ରଖିଛି| ତଦନ୍ତର ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡିଛି ଯେ, ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ ଏଭଳି ଦୁର୍ଘଟଣାର ଶିକାର ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ