Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡିର ମାଞ୍ଜା ସୂତା ସାଜିଲା କାଳ; ପୁତୁରାଙ୍କ ଅବସ୍ଥା ଗୁରୁତର, ପିଉସୀ ଆହତ

କଟକ,୩୧।୧୨: ମାଞ୍ଜା ସୂତା ସାଜିଛି କାଳ। ଗୁଡ଼ି ଉଡାଇବା ଯେତିକି ଆନନ୍ଦ ଦେଇଥାଏ ସେତିକି କଷ୍ଟ ମଧ୍ୟ ଦେଇଥାଏ। ପ୍ରତିବର୍ଷ ଗୁଡ଼ି ଉଡାଉଥିବା ମାଞ୍ଜାର ସୂତାରେ ଲୋକଙ୍କ ଜୀବନ ମଧ୍ୟ ଯାଇଥାଏ। ତେବେ ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମରେ। ବାଇକରେ ପିଉସୀ ଓ ପୁତୁରା ବସି ଯାଉଥିବା ବେଳେ ଗୁଡ଼ିର ମାଞ୍ଜା ସୂତା ଆସି ପୁତୁରା ବେକରେ ଗୁଡ଼ାଇ ହୋଇଯାଇଥିଲା। ଫଳରେ ବାଇକ ଚାଳକ(ପୁତୁରା) ଦେବୀ କଲ୍ୟାଣ ଆଚାର୍ଯ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ଏବଂ ପିଉସୀ ଆଶଲତା ଆଚାର୍ଯ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ଘଟଣା ପରେ ଉଭୟଙ୍କୁ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପୁତୁରାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବେଳେ। ପିଉସୀଙ୍କୁୁ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହେବା ପରେ ତାଙ୍କୁ ଡ଼ିସଚାର୍ଜ କରାଯାଇଛି।

ଆସନ୍ତା ମକର ସଂକ୍ରାନ୍ତି ପାଇଁ ଚାରିଆଡେ ଶହ ଶହ ଗୁଡ଼ି ଉଡ଼ାଯାଉଛି। ଯେଉଁଥିରେ ମାଞ୍ଜା ସୂତାକୁ ବ୍ୟବହାର କରାଯାଉଛି। ତେବେ ଏହି ଗୁଡ଼ି ପର୍ବ ପାଇଁ ଯେତିକି ଉତ୍କଣ୍ଠା ଆଣିଥାଏ ସେତିକି ବିପଦ ମଧ୍ୟ। ଏଭଳି ଘଟଣା ଘଟିବା ପରେ ଆହତଙ୍କ ପରିବାର ସ୍ଥାନୀୟ ପୋଲିସ ଉପରେ ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁସାରେ ଯଦି ସ୍ଥାନୀୟ ପୋଲିସ ଏହା ଉପରେ ଗୁରୁତ୍ୱ ଦେଇଥାନ୍ତା ତାହାଲେ ଏଭଳି ଘଟଣା ଘଟି ନଥାନ୍ତା। ତେବେ ସୂଚନା ପାଇବା ପରେ, ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ