ଜାନୁଆରୀ ୨୦୨୬ରେ କେଉଁ ରାଜ୍ୟରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ ? ଜାଣନ୍ତୁ….
ନୂଆଦିଲ୍ଲୀ ୩୧।୧୨; ୨୦୨୬ ବର୍ଷ ଜାନୁଆରି ମାସର ସମସ୍ତ ବ୍ୟାଙ୍କ ଗୁଡିକ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି । ସୂଚନା ଅନୁସାରେ ଆସନ୍ତା ଜାନୁଆରି ମାସରେ ରବିବାର ଓ ଦ୍ବିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ମୋଟ ୧୬ ଦିନ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ପ୍ରକାଶ ପାଇଛି ଛୁଟି ତାଲିକା। ଗ୍ରାହକମାନଙ୍କୁ ଛୁଟିଦିନ ବିଷୟରେ ସୂଚନା ଦେବା ଉଦ୍ଦେଶ୍ୟରେ ବ୍ୟାଙ୍କ ପାଇଁ ଏକ ମାସିକ ଛୁଟି ତାଲିକା ପ୍ରକାଶ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର। ନୂଆବର୍ଷର ପ୍ରଥମ ମାସରେ ପ୍ରାୟ ଅଧା ଦିନ ବ୍ୟାଙ୍କ ଛୁଟି ରହୁଥିବା ବେଳେ ବିଭିନ୍ନ ସହରରେ ଭିନ୍ନ ଭିନ୍ନ ତାରିଖରେ ବ୍ୟାଙ୍କ ଗୁଡିକ ଛୁଟି ରହିବ ।
ତେବେ ସାଧାରଣତଃ ବ୍ୟାଙ୍କ ଗୁଡିକର ଛୁଟି ସ୍ଥାନୀୟ ଏବଂ ଆଞ୍ଚଳିକ ପର୍ବ ଆଧାରରେ ହୋଇଥାଏ। ତେଣୁ ଭିନ୍ନ ଭିନ୍ନ ରାଜ୍ୟ ଅନୁସାରେ ଏହି ଛୁଟି ତାରିଖ ଅଲଗା ରହିପାରେ। ତେବେ ୨୦୨୬ ଜାନୁଆରୀ ମାସରେ କେଉଁ କେଉଁ ରାଜ୍ୟରେ ଆଉ ମୁଖ୍ୟତଃ ଓଡ଼ିଶାରେ କେତେଦିନ ବ୍ୟାଙ୍କ ବନ୍ଦ ରହିବ ତାହାର ସମ୍ପୂର୍ଣ୍ଣ ତାଲିକା ବିଷୟରେ ଜାଣନ୍ତୁ….
ଆସନ୍ତା ଜାନୁଆରୀ ମାସରେ, ପ୍ରମୁଖ ପର୍ବ ଯଥା ବିବେକାନନ୍ଦ ଜୟନ୍ତୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ବିହୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ଏବଂ ଗଣତନ୍ତ୍ର ଦିବସ ସମେତ ଆଦି ପର୍ବ ପାଳନ କରାଯିବ । ତେବେ ଏହି ଛୁଟିଗୁଡ଼ିକ ପାଇଁ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ନାହିଁ। ବିଭିନ୍ନ ରାଜ୍ୟର ନିର୍ଦ୍ଦିଷ୍ଟ ପର୍ବପର୍ବାଣୀ ଅନୁସାରେ, ରାଜ୍ୟଗୁଡ଼ିକରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।
୧.ଜାନୁଆରି (ଗୁରୁବାର): ନୂଆବର୍ଷ ପାଇଁ ମିଜୋରାମର(ଆଇଜଲ),ତାମିଲନାଡୁର (ଚେନ୍ନାଇ), ସିକ୍କିମର (ଗାଙ୍ଗଟକ୍), ମଣିପୁରର(ଇମ୍ଫାଲ) , ଅରୁଣାଚଳପ୍ରଦେଶର (ଇଟାନଗର), ନାଗାଲାଣ୍ଡର (କୋହିମା), ପଶ୍ଚିମବଙ୍ଗର (କୋଲକାତା) ଏବଂ ମେଘାଳୟର (ଶିଂଲ)ରେ ସମସ୍ତ ବ୍ଯାଙ୍କ ଛୁଟି ରହିବ।
୨ଜାନୁଆରି (ଶୁକ୍ରବାର): ନୂଆବର୍ଷ ଏବଂ ମନ୍ନମ ଜୟନ୍ତୀ ଅବସରରେ ମିଜୋରାମର ଆଇଜଲ ଓ କେରଳରେ ବ୍ୟାଙ୍କ ଛୁଟି ରହିବ ।
୩ଜାନୁଆରି: ହଜରତ ଅଲ୍ଲୀ ଜୟନ୍ତୀ ପାଳନ ପାଇଁ ଉତ୍ତରପ୍ରଦେଶରେ ସବୁ ବ୍ୟାଙ୍କ ବନ୍ଦ ରହିବ ।
୧୨ଜାନୁଆରି: ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।
୧୪ଜାନୁଆରି : ଗୁଜୁରାଟ, ଓଡିଶା, ଅରୁଣାଚଳ ପ୍ରଦେଶ ଏବଂ ଆସାମରେ ମାକର ସଙ୍କ୍ରାନ୍ତି / ମାଘ ବିହୁ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ |
୧୫ଜାନୁଆରି: ପୋଙ୍ଗଲ ପାଇଁ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଏବଂ ସିକ୍କିମରେ ବ୍ୟାଙ୍କ ବନ୍ଦ ରହିବ।
୧୬ ଓ ୧୭ ଜାନୁଆରୀ: ୧୬ ଜାନୁଆରୀ (ତିରୁଭଲ୍ଲୁର ଦିବସ )ଯୋଗୁଁ ତାମିଲନାଡୁରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ୧୭ ଜାନୁଆରି – ଉଝାଭର ତିରୁନାଲ ଦିବସ ଉପଲକ୍ଷେ ତାମିଲନାଡୁରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୨୩ ଜାନୁଆରୀ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ ଅବସରରେ ତ୍ରୀପୁରା, ଓଡ଼ିଶା ଓ ପଶ୍ଚିମବଙ୍ଗରେ ବ୍ୟାଙ୍କ ଗୁଡିକ ଛୁଟି ରହିବ ।
୨୬ ଜାନୁଆରୀ: ଗଣତନ୍ତ୍ର ଦିବସ ଉପଲକ୍ଷେ ପାଇଁ ସାରା ଦେଶରେ ବ୍ୟାଙ୍କ ସେବା ବନ୍ଦ ରହିବ ।
ତେବେ ଜାନୁଆରି ୨୦୨୬ରେ ୱିକ୍ଏଣ୍ଡ ପାଇଁ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। ଏସବୁ ଛୁଟି ବ୍ୟତୀତ ୪ଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଛୁଟି ମଧ୍ୟ ଏହି ଛୁଟିରେ ସାମିଲ ରହିଛି। ତେବେ ଏହି ସବୁ ଛୁଟିଦିନ ଗୁଡିକରେ ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ ଗ୍ରାହକମାନେ UPI, ATM, IMPS, NEFT, ଏବଂ RTGS ଭଳି ଅନଲାଇନ୍ ସେବାର ବ୍ୟବହାର କରିପାରିବେ ।

