Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଫୁଳା ପଞ୍ଚାୟତର ମାସିକ ବୈଠକ ଅନୁଷ୍ଠିତ

ବୀରମହାରାଜପୁର :
ସରପଞ୍ଚ ଶ୍ରୀୟା କର୍ମୀ ଙ୍କ ପୌରହିତ୍ୟ ରେ ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଞ୍ଚାୟତ ର ମାସିକ ବୈଠକ ଆଜି ଅନୁଷ୍ଠିତ ହୋଇ ଥିଲା । ଉକ୍ତ ବୈଠକରେ ନବ ନିଯୁକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କlର୍ତିକେଶ୍ୱର୍ ଶତପଥୀ ଙ୍କୁ ସ୍ଵାଗତ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଥିଲା । ବିଗତ ୨୨-୨୩, ୨୩-୨୪, ୨୪-୨୫, ୨୫-୨୬ ଆର୍ଥିକ ବର୍ଷ ରେ ହୋଇଥିବା ଆୟ ବ୍ୟୟ , ଅନୁମୋଦିତ ଉନ୍ନୟନ ପ୍ରକଳ୍ପ କେନ୍ଦ୍ରୀୟ ଅର୍ଥ କମିଶନ ଖୋଲା ପାଣ୍ଠି , ଜଳ ଓ ପରିମଳ ଅନୁଦାନ , ରଜ୍ୟ ଅର୍ଥ କମିଶନ ଅନୁଦାନ , ଗ୍ରାମ ପାଣ୍ଠି, ମନରେଗା, ସ।ମ।ଜିକ ସୁରକ୍ଷା ଯୋଜନା ଭତ୍ତା ଓ ହରିଶ୍ଚନ୍ଦ୍ର , ପି ଡି ଏସ ଅନୁଦାନ ସଂପର୍କରେ ଆଲୋଚନା ହୋଇଥିଲା। ଆଲୋଚନାର ଉପସ୍ଥିତ ୱ।ର୍ଡ ମେମ୍ୱର, ନାଏବ ସରପଞ୍ଚ କମଳିନୀ ମହାପାତ୍ର ଓ ଉପାଧ୍ୟକ୍ଷ ନାରାୟଣ ଲୁହା ଅଂଶ ଗ୍ରହଣ କରି ପଞ୍ଚାୟତ ଅନୁଦାନ ର।ଶି ଶୀଘ୍ର ଖର୍ଚ କରିବାକୁ ମତ ମନ୍ତବ୍ୟ ଓ ପରାମର୍ଶ ରଖି ଥିଲେ। ସରପଞ୍ଚ ଶ୍ରୀୟା କର୍ମୀ ନୂତନ ପିଇଓ କ।ର୍ତିକେଶ୍ୱର ଶତପଥୀ , ଏଡିଇଓ ଅନନ୍ତର।ମ୍ ପୁଝାରୀ , ସମସ୍ତ ସରକାରୀ ସଭ୍ୟ ସଭ୍ୟା ଓ ନିର୍ବାଚିତ ସଦସ୍ୟ ସଦସ୍ୟା ଙ୍କ ସହଯୋଗ କ୍ରମେ ଉଫୁଲା ଗ୍ରାମ ପଞ୍ଚାୟତ ବ୍ୟୟ ଅଟକଳ ବୃଦ୍ଧି ଓ ଅନୁଦାନ ଖର୍ଚ ଶୀଘ୍ର କରିବା ଓ ଉନ୍ନୟନ ପ୍ରକଳ୍ପ କାମ ଶୀଘ୍ର ସମାପନ କରାଯିବା କୁ ଗୃହକୁ ପ୍ରତିଶ୍ରୁତି ଦେଇଥିଲେ। ପଞ୍ଚାୟତ ସ୍ଥ।ୟୀ ସମ୍ପତ୍ତି ନିଲlମ୍ ମୂଲ୍ୟ ନିର୍ଦ୍ଧାରଣ ଫର୍ମ ନ ୧୩ ବିଡିଓ ଙ୍କ ଜରିଆରେ ଉପଜିଲ୍ଲାପାଳ ବୀରମହାରାଜ ପୁର ଙ୍କୁ ପଠାଇବା , ଷ୍ଟଲ ଭଡ଼ା ଆଦାୟ ପାଇଁ ଆଶୁ ପଦକ୍ଷେପ ନେବାକୁ ୱାର୍ଡ ମେମ୍ବର ଗୌର ହରି ସାହୁ ଓ ଅନ୍ୟ ମାନେ ପର।ମର୍ଶ ଦେଇଥିଲେ। ନାଏବ ସରପଞ୍ଚ କମଳିନୀ ମହାପାତ୍ର ସମେତ ୱାର୍ଡ଼ ମେମ୍ବର ସୁଦାମ ଭୁଇ, ସୁନୀତା ସାହୁ, ସୁରଭୀ ବେହେରା, ଶିବାନୀ ସାହୁ, ରୁକ୍ସନା ବିବି, ସଞ୍ଜୀବ ଦେହେରି, କଳ୍ପନା ଓତା, ସବିତା ଦଣ୍ଡିଆ ପ୍ରମୂଖ ଆଲୋଚନା ରେ ଅଂଶ ଗ୍ରହଣ କରି ଉଫୁଲା ଗ୍ରାମ ପଞ୍ଚାୟତ ସର୍ବାଙ୍ଗୀନ ବିକାଶ ରେ ଟିମ୍ ଭାବରେ କାମ କରିବା ଓ ସରପଞ୍ଚ ଙ୍କୁ ସହଯୋଗ କରିବା ଉପରେ ମତ ରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories