ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! କେନ୍ଦ୍ର ସରକାର ପ୍ରକାଶ କଲେ ୨୦୨୬ ବର୍ଷର ଛୁଟି ତାଲିକା ଛୁଟି ଲିଷ୍ଟ୍
ନୂଆଦିଲ୍ଲୀ,୨।୧: ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର। ନିକଟରେ କେନ୍ଦ୍ର ସରକାର ୨୦୨୬ବର୍ଷ ପାଇଁ ଛୁଟି ତାଲିକା ପ୍ରସ୍ତୁତ କରିଥାଆନ୍ତି। ଯେଉଁଥିରେ ସରକାରୀ କର୍ମଚାରୀଙ୍କ ପାଇଁ ଅନେକ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ଛୁଟିଦିନ ରହିଛି।
ତେବେ ଏହି ଛୁଟି କ୍ୟାଲେଣ୍ଡରକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି: ଗେଜେଟେଡ୍ ଛୁଟିଦିନ Gazetted Holidays (GH) ଏବଂ ପ୍ରତିବନ୍ଧିତ ଛୁଟିଦିନ Restricted Holidays (RH)। ସୂଚନା ଅନୁସାରେ, ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ଗେଜେଟେଡ୍ ଛୁଟିଦିନ ବାଧ୍ୟତାମୂଳକ କରାଯିବ, କର୍ମଚାରୀମାନେ ନିଜ ନିଜର ସୁବିଧା ପାଇଁ, ଏବଂ ଆଞ୍ଚଳିକ ପର୍ବ ଅନୁସାରେ Restricted ଛୁଟିଦିନ ବାଛିପାରିବେ।
ତେବେ ୨୦୨୬ ବର୍ଷରେ କେନ୍ଦ୍ର ସରକାରୀ କର୍ମଚାରୀମାନେ ମୋଟ ୧୭ଟି ଗେଜେଟେଡ୍ ଛୁଟି ପାଇବେ । ଏହି ଛୁଟି ଦିବସ ଗୁଡିକରେ ସାରା ଦେଶରେ ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଜାନୁଆରୀ ୧ ତାରିଖରେ ଛୁଟି ରହିବ। ଏହା ସହିତ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ଉପଲକ୍ଷେ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ। ଏହା ପରେ ମହାଶିବରାତ୍ରି, ହୋଲି, ରାମ ନବମୀ, ମହାବୀର ଜୟନ୍ତୀ, ଗୁଡ୍ ଫ୍ରାଇଡେ ଏବଂ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ ଭଳି ପ୍ରମୁଖ ଦିନଗୁଡିକରେ ମଧ୍ୟ ଛୁଟିଦିନ ପାଳନ କରାଯିବ।
ତେବେ ଆସନ୍ତୁ ଜାଣିବା ଏହି ଛୁଟି ତାଲିକାରେ କେଉଁ କେଉଁ ଦିନ ଗୁଡିକ ଗେଜେଟେଡ୍ ହଲିଡେ ଦିବସ ଅଧୀନରେ ରହିଛି
ଜାନୁଆରୀ ୨୬(ସୋମବାର).ଗଣତନ୍ତ୍ର ଦିବସ
ମାର୍ଚ୍ଚ ୪ (ବୁଧବାର).ହୋଲି
ମାର୍ଚ୍ଚ ୨୧ (ଶନିବାର ).ଈଦ୍ ଅଲ୍-ଫିତର
ମାର୍ଚ୍ଚ ୨୬ (ଗୁରୁବାର).ରାମ ନବମୀ
ମାର୍ଚ୍ଚ ୩୧ (ମଙ୍ଗଳବାର).ମହାବୀର ଜୟନ୍ତୀ
ଏପ୍ରିଲ ୩ (ଶୁକ୍ରବାର).ଗୁଡ୍ ଫ୍ରାଇଡେ
ମେ ୧ (ଶୁକ୍ରବାର).ବୁଦ୍ଧ ପୂର୍ଣ୍ଣିମା
ମେ ୨୭(ବୁଧବାର).ଈଦ୍ ଅଲ୍-ଜୁହା (ବକ୍ରିଦ୍)
ଜୁନ୍ ୨୬(ଶୁକ୍ରବାର).ମୁହରମ୍
ଅଗଷ୍ଟ ୧୫(ଶନିବାର).ସ୍ୱାଧୀନତା ଦିବସ
ଅଗଷ୍ଟ ୨୬(ବୁଧବାର).ଈଦ୍ ଅଲ୍-ମିଲାଦ୍
ସେପ୍ଟେମ୍ବର ୪(ଶୁକ୍ରବାର).ଜନ୍ମଷ୍ଟମୀ
ଅକ୍ଟୋବର ୨(ଶୁକ୍ରବାର).ମହାତ୍ମା ଗାନ୍ଧୀ ଜୟନ୍ତୀ
ଅକ୍ଟୋବର ୨୦(ମଙ୍ଗଳବାର).ଦଶହରା
ନଭେମ୍ବର ୮(ରବିବାର).ଦୀପାବଳି
ନଭେମ୍ବର ୨୪(ମଙ୍ଗଳବାର).ଗୁରୁ ନାନକ ଜୟନ୍ତୀ
ଡିସେମ୍ବର ୨୫(ଶୁକ୍ରବାର).ଖ୍ରୀଷ୍ଟମାସ
ସେହିପରି ରେଷ୍ଟ୍ରିକ୍ଟେଡ ଛୁଟିଗୁଡ଼ିକର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। ତାଲିକାରେ ରହିଛି ମକର ସଂକ୍ରାନ୍ତି/ପୋଙ୍ଗଲ, ବସନ୍ତ ପଞ୍ଚମୀ, ମହରମ୍, ଶ୍ରମିକ ଦିବସ, ରକ୍ଷା ବନ୍ଧନ, ଗଣେଶ ଚତୁର୍ଥୀ ଏବଂ ଓନମ୍ ଭଳି ପର୍ବଗୁଡ଼ିକ।କର୍ମଚାରୀମାନେ ବିଭାଗୀୟ ନିୟମ ଅନୁସାରେ ଏହି ଛୁଟିଗୁଡ଼ିକ ମଧ୍ୟରୁ ଚୟନ କରିପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଏହି ଛୁଟି ତାଲିକା ବ୍ୟବସ୍ଥା ବିଭିନ୍ନ ଧର୍ମ ଏବଂ ସଂସ୍କୃତିର କର୍ମଚାରୀମାନଙ୍କ ପାଇଁ ବିଶେଷ ସହଯୋଗ କରିବ। ତେବେ ରେଷ୍ଟ୍ରିକ୍ଟେଡ ଛୁଟିଗୁଡ଼ିକର ତାଲିକା ଉପରେ ନଜର ପକାନ୍ତୁ…
ଜାନୁଆରୀ ୧୪(ବୁଧବାର).ମକର ସଂକ୍ରାନ୍ତି/ପୋଙ୍ଗଲ
ଫେବୃଆରୀ୧୪(ଶନିବାର).ବସନ୍ତ ପଞ୍ଚମୀ
ମେ ୧(ଶୁକ୍ରବାର).ଶ୍ରମିକ ଦିବସ
୧୭ଜୁଲାଇ(ଶୁକ୍ରବାର).ମହରମ୍
ଅଗଷ୍ଟ୧୯(ବୁଧବାର).ରକ୍ଷା ବନ୍ଧନ
ସେପ୍ଟେମ୍ବର୧୪(ସୋମବାର).ଗଣେଶ ଚତୁର୍ଥୀ
ସେପ୍ଟେମ୍ବର୨୩(ବୁଧବାର).ଓନମ୍
ତେବେ ବ୍ୟାଙ୍କ ଗୁଡିକ ପାଇଁ RBI ଏବଂ ରାଜ୍ୟ ସରକାରଙ୍କ ତାଲିକା ଅନୁସାରେ,ଛୁଟି ନିର୍ଣ୍ଣୟ କରାଯାଏ, ତେଣୁ ସେଗୁଡ଼ିକ ବିଭିନ୍ନ ରାଜ୍ୟ ଓ ସହର ଅନୁସାରେ ଭିନ୍ନ ଭିନ୍ନ ହୋଇପାରେ। ସ୍କୁଲ ଏବଂ କଲେଜଗୁଡ଼ିକର ଛୁଟି ପ୍ରାୟତଃ ପର୍ବ ଛୁଟିଗୁଡ଼ିକୁ ସ୍ଥାନୀୟ ଛୁଟି ସହିତ ଯୋଡ଼ି ଦିଅନ୍ତି। ତେବେ ଘରୋଇ କମ୍ପାନୀଗୁଡ଼ିକ ସାଧାରଣତଃ ଜାତୀୟ ଛୁଟି ପାଳନ କରୁଥିବା ବେଳେ ଏବଂ ଆଞ୍ଚଳିକ ପର୍ବଗୁଡ଼ିକ ଇଚ୍ଛା ଅନୁସାରେ ଛୁଟି ଦେଇ ଥାଆନ୍ତି।

