Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକସେବା ଭବନ ସମ୍ମୁଖରେ ରିଲ୍ସ ବନାଇବା ପଡିବ ମହଙ୍ଗା: ଗୃହ ବିଭାଗ ଆଣିପାରେ କଠୋର ପଦକ୍ଷେପ

ଭୁବନେଶ୍ୱର,୨।୧: ଲୋକସେବା ଭବନ ସମ୍ମୁଖରେ ରିଲ୍ସ କରିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ ଲୋକସେବା ଭବନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ସେ ବାହାର ଲୋକ ହୁଅନ୍ତୁ, ସେଠାରେ ରିଲ୍ସ କରିବାର କୌଣସି ଅବକାଶ ନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଯଦି ଏପରି କିଛି ଘଟଣା ଘଟିବାର ଦେଖାଯାଏ ତେବେ ସୁରକ୍ଷା ଅଧିକାରୀମାନେ ଏହା ଉପରେ କଡା ନଜର ରଖିବେ ଏବଂ ପୁଲିସ ବିଭାଗ ମଧ୍ୟ ସେଥିପ୍ରତି ଦୃଢ଼ ପଦକ୍ଷେପ ନେବ । ଏ ବିଷୟରେ ଆଗକୁ ଗୃହ ବିଭାଗ ଦୃଢ଼ ପଦକ୍ଷେପ ନେବ। ଲୋକସେବା ଭବନ ସାଧାରଣ ଲୋକଙ୍କ ସେବା ଓ ଶାସନ ତନ୍ତ୍ରକୁ ନିୟନ୍ତ୍ରଣ କରିବା ପାଇଁ ରହିଛି ରିଲ୍ସ ବନେଇବା ପାଇଁ ନୁହେଁ। ଲୋକସବା ଭବନର ଲୋକ ହୁଅନ୍ତୁ କି ବାହାର ଲୋକ ସେମାନଙ୍କ ଉପରେ ସୁରକ୍ଷା ଅଧିକାରୀ ତୀକ୍ଷ୍ଣ ନଜର ରଖିବେ । ତେବେ ଏହି ବିଷୟ ଉପରେ ଗୃହ ବିଭାଗ ନିଷ୍ପତ୍ତି ନେବା ପରେ ହିଁ ନିର୍ଦ୍ଦେଶାବାଳୀ ଜାରି କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ତେବେ ଲୋକସେବା ସମ୍ମୁଖରେ ରିଲ୍ସ କରି ଅନେକ ଲୋକ ସୋସିଆଲ ମିଡିଆରେ ଛାଡୁଥିବା ଘଟଣା ଦେଖାଯାଏ । କିନ୍ତୁ ନୂଆ ବର୍ଷ ଦିନ ଏକ ଭାଇରଲ ହୋଇଥିବା ଏକ ଭିଡ଼ିଓକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେଉଁଥିରେ ଦୁଇ ଜଣ ମହିଳା ଫିଲ୍ମ ଷ୍ଟାଇଲରେ ରିଲ୍ସ କରିଥିବାର ଭିଡିଓରେ ଦେଖାଯାଇଛି ।ସେମାନେ ନିଜ ନିଜର ଷ୍ଟାଇଲରେ ଶାଢ଼ି ପ୍ରଦର୍ଶନ କରୁଛନ୍ତି । ଏବଂ ସେମାନଙ୍କ ବ୍ୟାକଗ୍ରାଉଣ୍ଡରେ ଲୋକସେବା ଭବନ ରହିଛି । ସୂଚନା ଅନୁସାରେ, ଗେଟ୍ ଠାରୁ ଅଳ୍ପ ଦୂରରେ କ୍ୟାମ୍ପସ ମଧ୍ୟରେ ଏହି ଶୁଟିଂ ହୋଇଛି । ତେବେ ଏହାପରେ ଲୋକେ ସୋସିଆଲ ମିଡିଆରେ ସରକାରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି ।

ନୂଆବର୍ଷ ଅବସରରେ ଲୋକସବା ଭବନର ବିଭିନ୍ନ ଅଧିକାରୀ ମାନେ ମଧ୍ୟ ରିଲ୍ସ କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ଏ ଘଟଣାରେ ଅଧିକାରୀମାନେ ସଜାଗ ହେବା କଥା, ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ମଧ୍ୟ ଏ ବିଷୟ ଉପରେ ଧ୍ୟାନ ଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ