Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁରୀ ଦୁର୍ଘଟଣା ଘଟଣା: ୪ଲକ୍ଷ ଅନୁକମ୍ପା ମୂଳକ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨।୧: ପୁରୀ ବଡଦାଣ୍ଡ ବଳଗଣ୍ଡି ଛକରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ନାବାଳକଙ୍କ ପରିବାରକୁ ୪ଲକ୍ଷ ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୋଲେରୋ ଓ ସ୍କୁଟି ଧକ୍କାରେ ଜଣେ ୫ବର୍ଷର ଶିଶୁର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାରେ,ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବା ସହ ମେଡିକାଲରେ ଅବ୍ୟବସ୍ଥା ଓ ବଡଦାଣ୍ଡରେ ଟ୍ରାଫିକ ସମସ୍ୟା ଉଠାଇ ପ୍ରଶାସନକୁ ଦାୟୀ କରିଛନ୍ତି ପରିବାର ଲୋକେ।

ସୂଚନା ଅନୁସାରେ, ଆଜି ସକାଳେ ବଡଦାଣ୍ଡରେ ଜେଜେ ଓ ତାଙ୍କ ପାଞ୍ଚ ବର୍ଷର ନାତି ସ୍କୁଟିରେ ଜଳଖିଆ କିଣିବା ଉଦ୍ଦେଶ୍ୟରେ ବଳଗଣ୍ଡି ଛକ ଅଭିମୁଖେ ଯାଇଥିଲେ । ତେବେ ଜଳଖିଆ କିଣିବା ପରେ ଉଭୟ ସ୍କୁଟିରେ ଯାଉଥିବା ବେଳେ ପଛରୁ ହଠାତ ଏକ ବୋଲେରୋ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜେଜେ ତଳେ ପଡିଯିବା ପରେ ବୋଲେରୋଟି ଛୋଟ ପିଲାଟିକୁ କିଛିବାଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ସ୍ଥାନୀୟ ଲୋକମାନେ ପାଟିତୁଣ୍ଡ କରିବାରୁ ବୋଲେରୋ ଡ୍ରାଇଭର ଫେରାର ହେବାକୁ ଯାଉଥିବା ବେଳେ ଲୋକମାନେ ତାଙ୍କୁ ଅକ୍ତିଆର କରିନେଇଥିଲେ । ଏବଂ ତୁରନ୍ତ ସ୍ଥାନୀୟ ଲୋକ ପିଲାଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । କିନ୍ତୁ ସେଠାରେ ପିଲାଟିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ମୃତ ନାବାଳକଙ୍କ ନାମ ହେଉଛି ଶ୍ରେୟାଂଶ ଦେ । ଦୁର୍ଘଟଣା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ