Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ମାର୍ଟ ମିଟର ଲଗାଇବାକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ; ୨ କିଲୋ ୱାଟ ଯାଏଁ ୮.୭୫ ଲକ୍ଷ ମିଟରକୁ ବଦଳାଯିବ

ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ମାର୍ଟ ମିଟର ଲଗାଇବେ ସରକାର। ୨ କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ସବୁ ଉପଭୋକ୍ତାଙ୍କ ମିଟର ବିଲକୁ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କ୍ୟାବିନେଟ ରେ ନିଷ୍ପତ୍ତି ନେବା ପରେ ଶକ୍ତି ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟରେ ସ୍ମାର୍ଟ ମିଟର ଲଗାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବଢ଼ାଇବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।  ୨ କିଲୋ ୱାଟ ପର୍ଯ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ ।  ତେବେ ଏହି ବାବଦରେ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି। ୨ କିଲୋୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର ସ୍ଥାପନରେ ଶତ ପ୍ରତିଶତ ଆର୍ଥିକ ସହାୟତା ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି ।  

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଗତ ମାର୍ଚ୍ଚ ୨୪ ତାରିଖରେ ଦେଇଥିବା ଟାରିଫ୍ ଆଦେଶର ମିଟର ଭଡ଼ା ବାତିଲ କରିଛନ୍ତି । ପୁରୁଣା ନନ୍-ସ୍ମାର୍ଟ ମିଟରକୁ ସ୍ମାର୍ଟ ମିଟରରେ ପରିବର୍ତ୍ତନ କରିବାରେ ଏବଂ ପୂର୍ବରୁ ରହିଥିବା ସ୍ମାର୍ଟ ମିଟରର ପୁନରୁଦ୍ଧାର ଖର୍ଚ୍ଚ ପୂରଣ ପାଇଁ ଏକକାଳୀନ ଅନୁଦାନ ୭୩୫ କୋଟି ଟଙ୍କା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସ୍ମାର୍ଟ ମିଟର ଏବଂ ମିଟର ଭଡ଼ାଛାଡ଼କୁ ମିଶାଇ ୭୩୫ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର । ତେବେ ସ୍ମାର୍ଟ ମିଟର ଓଡିଶା ସରକାରଙ୍କ ଶକ୍ତି ବିଭାଗ ଅଧୀନରେ ସମ୍ପୂର୍ଣ୍ଣ ଭାବେ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories