Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭି.କେ ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ ଆରମ୍ଭ ; ଅଭିଯୋଗକାରୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୩।୧:ପୂର୍ବତନ ଫାଇଭ-ଟି ସଚିବ ଭିକେ କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ବିଜେଡି ସରକାର କ୍ଷମତାରେ ଥିବାବେଳେ ଅନେକ ସମୟରେ ପାଣ୍ଡିଆନ ନିୟମର ଉଲଂଘନ କରିଥିବା ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏନେଇ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ। ତଦନ୍ତ ପୂର୍ବରୁ ପ୍ରଥମେ ପାଣ୍ଡିଆନଙ୍କ ବିରୋଧରେ କରାଯାଇଥିବା ଅଭିଯୋଗର ଆସନ୍ତା ୬ ତାରିଖ ସୁଦ୍ଧା ସମସ୍ତ ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିବାକୁ ଅଭିଯୋଗକରୀ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଚିଠି ଲେଖି ଜଣାଇଛି।

ତେବେ ଏନେଇ ସୁରେନ୍ଦ୍ର ପାଣିଗ୍ରାହୀ ଗତ ୨୦୨୪ ଫେବୃୟାରୀ ୮ତାରିଖରେ ରାଜ୍ୟ ଗୃହ ସଚିବଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଏହାପରେ ଅଭିଯୋଗର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ନୋଟିସ୍ ଜାରି ହୋଇଛି । ବିଏନ୍‌ଏସଏସର ଧାରା ୯୪ ଅନ୍ତର୍ଗତ ଡିସେମ୍ବର ୧୫ତାରିଖରେ, କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଡିଏସପି ସନ୍ତୋଷ କୁମାର ଗୌଡ଼ ଙ୍କ ତରଫରୁ ଏହି ନୋଟିସ୍ ଜାରି କରାଯାଇଛି।

ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ ବିରୋଧରେ ରହିଥିବା ଅଭିଯୋଗର ସତ୍ୟତା ପ୍ରମାଣ କରିବା ପାଇଁ କ୍ରାଇମବ୍ରାଞ୍ଚ ୨୦୨୫ ମେ’ ୨୯ତାରିଖରେ ଏନେଇ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ସୁରେନ୍ଦ୍ର ପାଣିଗ୍ରାହୀ ତାଙ୍କ ଅଭିଯୋଗରେ, ଓଡ଼ିଶା ରୁଲସ ଅଫ ବିଜିନେସ-୧୯୫୬ର ଉଲ୍ଲଘଂନ ସହ ଅନ୍ୟାନ୍ୟ ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି ପାଣ୍ଡିଆନଙ୍କ ନାଁ ରେ ।

ଅଭିଯୋଗ ଅନୁସାରେ, ଫାଇଭ-ଟି ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବା ସମୟରେ ପାଣ୍ଡିଆନ ବିଭିନ୍ନ ସଭା ଓ ଏବଂ କାର୍ଯ୍ୟକ୍ରମରେ ଯୋଗଦେଇ ବେଆଇନ ଭାବେ ସରକାରୀ କ୍ଷମତାର ଅପବ୍ୟବହାର କରିଥିଲେ । ପାଣ୍ଡିଆନ ସରକାରୀ ରାଜସ୍ୱରୁ ପରିମାଣର ଅର୍ଥ ବ୍ୟୟ କରି ହେଲିକପ୍ଟରରେ ବୁଲିବା ସହ କାର୍ଯ୍ୟକ୍ରମ ଆୟୋଜନ କରିଥିବା ନେଇ ହୋଇଥିବା ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories