ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ସାକ୍ଷାତ; ୟୁପିରେ ହେଵ ବଡ ପରିବର୍ତ୍ତନ!
ନୂଆଦିଲ୍ଲୀ,୬|୧: ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାକ୍ଷାତ ହୋଇଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଏହା ପୂର୍ବରୁ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଥିଲେ ଏବଂ ତା ପରେ,ବିଜେପିର କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ । ଆଉ ଏବେ ଗ୍ରହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଛନ୍ତି | ତେବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲଗାତାର ଭାବେ ଏହି ମିଟିଂ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି | ସୂଚନା ଅନୁସାରେ, ଆଗକୁ ୟୁପି ବିଧାନସଭା ନିର୍ବାଚନ ରହିଛି, ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ନିଜର ରଣନୀତି ଜୋରସୋରରେ ଆରମ୍ଭ କରି ଦେଇଛନ୍ତି |
ତେବେ ଏହା ମଧ୍ୟରେ ୟୁପିରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ମଧ୍ୟ ଆଉ ଏକ ଚର୍ଚ୍ଚା ଜୋର ଧରିଛି | ଅମିତ ଶାହଙ୍କ ସହିତ ଯୋଗୀ ଅଦିତ୍ୟନାଥଙ୍କ ସାକ୍ଷାତ ଏହି ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ସୂଚନା ଅନୁସାରେ, ଗତ କିଛି ଦିନ ପୂର୍ବରୁ ୟୁପିକୁ ନୂଆ ପ୍ରଦେଶ ଅଧ୍ୟକ୍ଷ ମିଳିଛି । ଆଉ ଏହା ପରେ ୟୁପିରେ ମନ୍ତ୍ରିମଣ୍ଡଳ ସ୍ତରରେ ମଧ୍ୟ ଅଦଳବଦଳ ଦେଖିବାକୁ ମିଳିପାରେ ବୋଲି ସମ୍ଭାବନା ରହିଛି । ବିଜେପି ୟୁପିରେ ଏକ ବିରାଟ ହିନ୍ଦୁ ସମାରୋହ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । କେବଳ ଏତିକି ନୁହେଁ ଆଗାମୀ ଦିନରେ ୟୁପିରେ ଆଉ ଏକ ଏୟାରପୋର୍ଟ ନିର୍ମାଣ ହେବା ସହ ଗଙ୍ଗା ଏକ୍ସପ୍ରେସ୍ ଓ୍ୱେ’ କାମ ମଧ୍ୟ ଆରମ୍ଭ ହେବାର ଯୋଜନା ମଧ୍ୟ ରହିଛି । ତେବେ ଏହି ସବୁ ଯୋଜନା ଗୁଡିକ ଆଗାମୀ ବିଧାନସଭା ନିର୍ବାଚନରେ ୟୁପିର ଭୋଟରଙ୍କ ସମର୍ଥନ ପାଇବା ପାଇଁ ଦଳକୁ ନିଶ୍ଚୟ ସହଯୋଗ କରିପାରେ |
ଏବେ ଉତ୍ତର ପ୍ରଦେଶ କ୍ୟାବିନେଟରେ ବର୍ତ୍ତମାନ ମୋଟ ୫୪ ଜଣ ମନ୍ତ୍ରୀ ରହିଥିବା ବେଳେ ଆଉ ଛଅଟି ମନ୍ତ୍ରୀ ପଦ ଖାଲି ରହିଛି । ତେବେ ମନ୍ତ୍ରୀ ମଣ୍ଡଳ ବିସ୍ତାର ସମୟରେ ଜାତି ଏବଂ ଆଞ୍ଚଳିକ ପାର୍ଥକ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ବିଶେଷ କରି ବ୍ରାହ୍ମଣ,ଦଳିତ ଏବଂ ଓବିସିଙ୍କୁ ନେଇ ଖାଲି ପଡ଼ିଥିବା ମନ୍ତ୍ରିପଦ ପୂରଣ କରାଯିବା ନେଇ ଚର୍ଚ୍ଚା ହେଉଛି ।
ସୂଚନା ରହିଛିଯେ, ଆଗକୁ ୟୁପିରେ ବିଧାନସଭା ନିର୍ବାଚନ ହେବା ସହିତ ପଞ୍ଚାୟତ ନିର୍ବାଚନ ମଧ୍ୟ ହେବାର ରହିଛି। ପଞ୍ଚାୟତ ନିର୍ବାଚନ ପରେ କିମ୍ବା ତା ପୂର୍ବରୁ ମନ୍ତ୍ରିମଣ୍ଡଳ ବିସ୍ତାର ହେବ ବୋଲି ଅନୁମାନ କରାଯାଉଛି | ଯଦି ପଞ୍ଚାୟତ ନିର୍ବାଚନ ସ୍ଥଗିତ ରହେ, ତାହାଲେ ଆସନ୍ତା ହୋଲି ପାଖାପାଖି କ୍ୟାବିନେଟର ମନ୍ତ୍ରିମଣ୍ଡଳ ବିସ୍ତାରିତ ହୋଇପାରେ ବୋଲି କୁହାଯାଉଛି |

