Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶେଖ ହାସିନାଙ୍କ କାରଣରୁ ବାଂଲାଦେଶ ଏବଂ ଭାରତ ମଧ୍ୟରେ ଶତ୍ରୁତା ବୃଦ୍ଧି ପାଇବ: ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ

ନୂଆଦିଲ୍ଲୀ,୬।୧: ବାଂଲାଦେଶ ଏବଂ ଭାରତର ସମ୍ପର୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି | ଏହା ମଧ୍ୟରେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କିଛି ଦିନରୁ ଲଗାତାର ଭାବେ ହିନ୍ଦୁ ମାନଙ୍କ ଉପରେ ହୋଇ ଆସୁଥିବା ଆକ୍ରମଣ ପାଇଁ ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦାୟୀ କରିଛନ୍ତି ଏବଂ ସେ କହିଛନ୍ତିଯେ, ଭାରତରେ ଶେଖ ହାସିନାଙ୍କୁ ଆଶ୍ରୟ ଦେବା ପରେ ବାଂଲାଦେଶରେ ପାକିସ୍ତାନ ଭଳି ମାନସିକତା ବୃଦ୍ଧି ପାଇବାରେ ଲାଗିଛି | ଯାହା ଭାରତ ପ୍ରତି ସେମାନଙ୍କର ଅସନ୍ତୋଷ ଭାବନା କୁ ବୃଦ୍ଧି କରୁଛି।

ସେ, କଥାକାର ଦେବକୀନନ୍ଦନ ଠାକୁରଙ୍କ ପକ୍ଷରୁ ଶାହରୁଖ ଖାନ ଏବଂ ବାଂଲାଦେଶୀ ଖେଳାଳିଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ମଧ୍ୟ ସମର୍ଥନ କରିଛନ୍ତି। ଯେଉଁଥିରେ ସେ କହିଥିଲେ, “ଆପଣ ଭାରତରେ ରୁହନ୍ତି, ଏବଂ ବାଂଲାଦେଶରେ ହିନ୍ଦୁମାନଙ୍କ ସହିତ ଯାହା ଘଟେ ତାହା ଦ୍ୱାରା ଆପଣ ପ୍ରଭାବିତ ହେବା ଉଚିତ କି? ଆପଣ କ’ଣ ବାଂଲାଦେଶୀ ମୁସଲମାନମାନଙ୍କ ଯୋଗୁ ଷ୍ଟାର ବନିଛନ୍ତି ? ଭାରତର ହିନ୍ଦୁମାନେ ଆପଣଙ୍କୁ ଷ୍ଟାର ବନେଇଛନ୍ତି । ତେଣୁ ଆପଣ ସେମାନଙ୍କ ଦୁଃଖ ସମୟରେ ଯଦି ତାଙ୍କ ସହ ଛିଡା ନହୁଅନ୍ତି ତେବେ ତେବେ ଆପଣ ହିଁ କଷ୍ଟ ପାଇବେ।”

ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀଙ୍କ କହିବା ଅନୁସାରେ, ଶେଖ ହାସିନାଙ୍କୁ ଆଶ୍ରୟ ଦେବା ଲାଗି ବାଂଲାଦେଶରେ ପାକିସ୍ତାନୀ ଭଳି ମାନସିକତା ବୃଦ୍ଧି ପାଉଛି। ଯଦି ଭାରତ ଶେଖ ହାସିନା ମାମଲାରେ କିଛି ଗରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନନିଏ, ତେବେ ଆଗାମୀ ସମୟରେ ବାଂଲାଦେଶ ଦ୍ଵିତୀୟ ପାକିସ୍ତାନ ଵନିବ | ତେଣୁ ବାଂଲାଦେଶ ଆଉ ଏକ ପାକିସ୍ତାନ ବନିବା ପୂର୍ବରୁ ଭାରତ କିଛି ନିଷ୍ପତ୍ତି ନେବା ଅତ୍ୟନ୍ତ ଆବଶ୍ୟକ | ଭାରତ ଶେଖ ହସିନାଙ୍କୁ ଦୀର୍ଘ ଦିନ ଧରି ସୁରକ୍ଷା ଦେଇ ଆସୁଥିଲା ଏବେ ସିଏ ଏକ ନିରାପଦ ସ୍ଥାନକୁ ଚାଲିଯିବା ଉଚିତ, ନହଲେ ଆଗାମୀ ସମୟରେ ଭାରତ ପ୍ରତି ବାଂଲାଦେଶର ଜନସାଧାରଣଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ