Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଗଠନର ସଦସ୍ୟ ଅବସର ପ୍ରାପ୍ତ ଶିକ୍ଷକ ପଦ୍ମନାଭ ପ୍ରଧାନଙ୍କ ପରଲୋକ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତର ର ତେଲିପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ସମିତିସଭ୍ୟ ପଦ୍ମନାଭ ପ୍ରଧାନ (୮୪) ଙ୍କ ପରଲୋକ ହୋଇଯାଇଛି। ଗତ କାଲି ସନ୍ଧ୍ୟାରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସମ୍ବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନା କୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ପଦ୍ମନାଭ ପ୍ରଧାନ ଦୀର୍ଘ ସୁବଳୟା ୟୁପି ସ୍କୁଲ , ଉଫୁଲା ଆଦି ସ୍କୁଲ ରେ ଶିକ୍ଷକତା କରିଥିଲେ। ସେ ୨୦୦୨ ରୁ ୨୦୦୭ ମସିହା ପର୍ଯ୍ୟନ୍ତ କେନଝିରିଆପାଲି ପଞ୍ଚାୟତ ର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଏହା ସହିତ ଚଷା ସମାଜର ସଭାପତି ଭାବେ କାର୍ଯ୍ୟ ମଧ୍ୟ ସମ୍ପାଦନ କରିଥିଲେ। ଏହା ସହିତ ସେ ଅଞ୍ଚଳର ବିଭିନ୍ନ ସଙ୍ଗଠନ ସହିତ ଜଡିତ ଥିଲେ। ସେ ଜଣେ ମେଳାପୀ ବ୍ୟକ୍ତି ଥିବାରୁ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳାଇ ଯାଇଛି। ପଦ୍ମନାଭ ଙ୍କ ସ୍ତ୍ରୀ ଙ୍କ ପୂର୍ବରୁ ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ ତିନି ପୁଅ ଓ ଦୁଇ ଝିଅ ଅଛନ୍ତି। ଶୁକ୍ରବାର ସକାଳୁ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ। ଶୁକ୍ରବାର ସକାଳୁ ଗ୍ରାମର ଶ୍ମଶାନରେ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଦ୍ବିତୀୟ ପୁତ୍ର ଇଂ ବବ୍ରୁ ବାହନ ପ୍ରଧାନ ମୁଖାଗ୍ନି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ