ଖଇରମାଲ ଖେଳ ପଡିଆରେ ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ପଞ୍ଚାୟତ ର ଖଇରମlଳ ଖେଳ ପଡ଼ିଆରେ ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଚତୁର୍ଥ ଦିବସରେ ର ମ୍ୟାଚ୍ ଟି ଚୌକା ଓ ଖଇରମାଲ ମଧ୍ୟରେ ହୋଇଥିଲା। ଚୌକା ଦଳ ପ୍ରଥମେ ବ୍ୟାଟିଂ କରି ୮ ଓଭର ରେ ୯ ଉଇକେଟ ହରାଇ ୮୨ ରନ କରିଥିବା ବେଳେ ଖଇରମାଲ ଦଳ ୮ ଓଭର ୨ ବଳ ରେ ୫ ଉଇକେଟ ହରାଇ ୮୩ରନ କରି ବିଜୟୀ ହୋଇଥିଲା। ଦ୍ଵିତୀୟ ମ୍ୟାଚ୍ ଟି ଭାଲୁଡୁଙ୍ଗୁରି ଓ କେନଝିରିଆପାଲି ମଧ୍ୟରେ ହୋଇଥିଲା। ଏଥିରେ ଭାଲୁଡୁଙ୍ଗୁରି ଦଳ ପ୍ରଥମେ ବ୍ୟlଟିଂ କରି ୮ ଓଭର ରେ ୬ଉଇକେଟ ହରାଇ ୭୨ ରନ କରିଥିବା ବେଳେ କେନଝିରିଆପାଲି ଦଳ ୮ ଓଭର ରେ ୭ ଉଇକେଟ ହରାଇ ୬୩ରନ କରି ପରାସ୍ତ ହୋଇଥିଲା। ତୃତୀୟ ମ୍ୟାଚ୍ ଟି ପ୍ରଥମ ମ୍ୟାଚ୍ ର ବିଜେତା ଖଇର ମାଲ ଓ ଦ୍ଵିତୀୟ ମ୍ୟାଚ୍ ର ବିଜେତା ଭାଲୁ ଡୁଙ୍ଗୁରି ମଧ୍ୟରେ ହୋଇଥିଲା। ଏଥିରେ ଭାଲୁଡୁଙ୍ଗୁରି ଦଳ ପ୍ରଥମେ ବ୍ୟାଟିଂ କରି ୫ ଓଭର ୪ ଉଇକେଟ ହରାଇ ୫୫ରନ କରିଥିବା ବେଳେ ଖଇରମlଳ ଦଳ ୩ ଓଭର ୧ ବଳ ର କୌଣସି ଉଇକେଟ ନ ହରାଇ ୫୬ରନ କରି ବିଜୟୀ ହୋଇଥିଲା I ଖଇର ମାଲ ଦଳ ଭlଲଡୁଙ୍ଗୁରି ଦଳ କୁ ହରାଇ ଖଇରମାଲ ଦଳ ସେମି ଫାଇନାଲ ରେ ପ୍ରବେଶ କରିଛି। ପୁରସ୍କାର ବିତରଣୀ ଉତ୍ସବ ର ସମାଜ ସେଵୀ ଶଙ୍କର ମିଶ୍ର ଖଇରମା ଲ ଦଳ ର ଉମେଶ ବାଙ୍କ ଙ୍କୁ ମ୍ୟlନ ଅପ ଦି ମ୍ୟlଚ ର ଟ୍ରଫି ପ୍ରଦାନ କରିଥିଲେ ମ୍ୟାଚ ଗୁଡିକୁ ଅମ୍ପାୟାର , ପ୍ରଭଞ୍ଜନ ପାତ୍ର ଦିଵ୍ୟ ମହାକୁର ଓ ସନ୍ତୋଷ ପଧାନ ସ୍କୋରର ରାମ ମୋହନ ଖେତୀ କମିଟି ବାଦଲ ବଡ଼ମାଳୀ ଆକାଶ ପଧାନ ସିନୁ ଶଙ୍ଖୁଆ କାହ୍ନଈ ବାଙ୍କ ଓ ମିଳନ ବଡ଼ମାଳି ଅନନ୍ତ ରାମ ବିଶି ଧାରା ବିବରଣୀ ପ୍ରଦାନ କରିଥିଲେ।

