ପିୟୁସି ପ୍ରକ୍ରିୟାରେ ଅବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କଲେ ନବୀନ
ଭୁବନେଶ୍ୱର,୯|୧: ନିକଟରେ ରାଜ୍ୟ ସରକାର ପିୟୁସି ସାର୍ଟିଫିକେଟକୁ ନେଇ ବଡ ଘୋଷଣା କରିଥିଲେ | ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି | ଜନସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ବିରୋଧୀ ଦଳ ମଧ୍ୟ ସରକାରଙ୍କୁ ଘେରାଉ କରିଛନ୍ତି | ତେବେ ସରକାରଙ୍କର ପିୟୁସି ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା ପ୍ରକ୍ରିୟାରେ ବ୍ୟାପକ ତ୍ରୁଟି ଥିବା ନେଇ ଶାସକଦଳ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି, ବିଜେପି ସରକାରଙ୍କ ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ କାର୍ଯ୍ୟକାରୀ କରିବା ଏବଂ ସମୟସୀମାକୁ ବାରମ୍ବାର ପରିବର୍ତ୍ତନ କରିବା, ବିଶେଷ କରି ଗ୍ରୀନ ଷ୍ଟିକରକୁ ନେଇ ଅନେକ ସମସ୍ୟା ଉପୁଜିଛି । ଯାହା ଓଡ଼ିଶାର ସାଧାରଣ ଜନତାଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିଛି।
ପ୍ରଥମେ ଜାନୁଆରୀ ୧, ୨୦୨୬ ରୁ No PUC, No Fuelର” ନିୟମର ହଠାତ୍ ଘୋଷଣା କରାଯାଇଥିଲା |ଯାହାକୁ ନେଇ ରାଜ୍ୟସାରା ପିୟୁସି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଲମ୍ବା ଧାଡ଼ି ସହିତ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ପରିଣତ। ବିଜେପି ସରକାର ପର୍ଯ୍ୟାପ୍ତ ପ୍ରସ୍ତୁତି କରିବାରେ ବିଫଳ ହୋଇଛନ୍ତି | ଲାଗୁ କରିବା ପୂର୍ବରୁ କୌଣସି ସଚେତନତା ଅଭିଯାନ ସରକାରଙ୍କ ପକ୍ଷରୁ କରାଯାଇନଥିଲା |
The BJP government’s handling of the Pollution Under Control (PUC) Certificate enforcement has been marked by gross mismanagement and repeated policy flip-flops that have caused immense hardships, and inconvenience to the common people of Odisha. What started as a sudden…— Naveen Patnaik (@Naveen_Odisha) January 9, 2026
ଆଉ ଏବେ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବା ପରେ, ସରକାର ବାଧ୍ୟ ହୋଇ ୟୁ-ଟର୍ଣ୍ଣ ନେଇଛନ୍ତି । ପ୍ରଥମେ ଫେବୃଆରୀ ପହିଲାରୁ ଏହି ନିୟମ ଲାଗୁ ହେବାକୁ ଥିଲା ଏବଂ ତା’ପରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏବଂ ଏବେ ଏପ୍ରିଲ ୧, ୨୦୨୬ ପର୍ଯ୍ୟନ୍ତ କୌଣସି ଜରିମାନା ବିନା ସମ୍ପୂର୍ଣ୍ଣ ଛାଡ଼ ଘୋଷଣା କରାଯାଇଛି | ଯେଉଁଥିରେ ଟୋଲ୍ ଗେଟ୍ ରେ ଇ-ଡିଟେକ୍ସନ୍ ସ୍ଥଗିତ କରାଯାଇଥିଲା। ତେବେ ଏହି ନିୟମରେ ବାରମ୍ବାର ପରିବର୍ତ୍ତନ ପରିବହନ ବିଭାଗର ସମ୍ପୂର୍ଣ୍ଣ ଅକ୍ଷମତା ଏବଂ ଦୂରଦୃଷ୍ଟିର ଅଭାବକୁ ଦର୍ଶାଉଛି । ନବୀନ ଆହୁରି କହିଛନ୍ତି ଓଡ଼ିଶାର ଲୋକମାନେ ଉନ୍ନତ ଶାସନ ପାଇବା ପାଇଁ ପୁରା ଯୋଗ୍ୟ, ଯାନବାହନ ପ୍ରଦୂଷଣ ନିୟନ୍ତ୍ରଣ କରିବା ଆବଶ୍ୟକ କିନ୍ତୁ ଏହା ସାଧାରଣ ନାଗରିକଙ୍କୁ ସମସ୍ୟାରେ ପକାଇ ଏହା ହୋଇ ପାରିବ ନାହିଁ |

