Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଉରକେଲାରେ ବିମାନ ଦୁର୍ଘଟଣା; ସମସ୍ତ ଆହତଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ମେଡିକାଲରେ ଭର୍ତ୍ତି

ରାଉରକେଲା,୧୦।୧: ରାଉରକେଲାରେ ଏକ ବଡ ଅଘଟଣ ଘଟିଛି। ଯେଉଁଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜରୁରୀ ଅବତରଣ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା । ଦୁର୍ଘଟଣାରେ ପାଇଲଟଙ୍କ ବ୍ୟତୀତ ପାଞ୍ଚ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ରାଉରକେଲା ଇସ୍ପାତ ଜେନେରାଲ ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଏହି ବିମାନଟି ଯାଉଥିଲା । ଯେଉଁଥିରେ ପାଇଲଟଙ୍କ ସମେତ ୯ ଜଣ ଯାତ୍ରୀ ରହିଥିଲେ। ଦକ୍ଷିଣ ରାଉରକେଲା ଆକାଶରେ ବିମାନଟି ଉଡୁଥିବା ସମୟରେ ହଠାତ ଯାନ୍ତ୍ରୀକ ତ୍ରୁଟି ଗତ ସମସ୍ୟା ଦେଖିବାକୁ ମିଳିଥିଲା । ପରେ ପାଇଲଟ ତୁରନ୍ତ ବିମାନକୁ ଏମରଜେନ୍ସି ଲାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏମରଜେନ୍ସି ଲାଣ୍ଡିଂ ବେଳେ ହଠାତ୍‌ ବିମାନଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପାଇଲଟଙ୍କ ସମେତ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହିତ ଆହତ ହୋଇଥିବା ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଇସ୍ପାତ ଜେନେରାଲ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ