ମୂର୍ଷୁଣ୍ଢୀ ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ଶନିବାର ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି
ବୀରମହାରାଜପୁର : ସୋନପୁର ଜିଲ୍ଲା ପିଏମ ଶ୍ରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ , ମୁର୍ସୁଣ୍ଡି ଠାରେ ଶନିବାର ସଡକ ସୁରକ୍ଷା ସପ୍ତାହ ଉତ୍ସବ ପାଳନ କରାଯାଇଅଛି । ରେଡକ୍ରସ ସୋସାଇଟୀ ଓଡ଼ିଶା ଶାଖା ଓ ଜିଲ୍ଲା ପରିବହନ ବିଭାଗ ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମେ ଛାତ୍ର ଛାତ୍ରୀଙ୍କୁ ନେଇ ଗ୍ରାମରେ ଏକ ପଦଯାତ୍ରା କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ପଣ୍ଡା ଙ୍କ ସଭାପତିତ୍ବରେ ଏବଂ ସୁବଳୟା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସଡକ ସୁରକ୍ଷା ତାଲିମ ଦାତା ତଥା ରେଡକ୍ରସ ର ବରିଷ୍ଠ ସାଧାରଣ କର୍ମୀ ଚନ୍ଦ୍ରମଣି ବାଘ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଚେତନତା ପଦଯାତ୍ରା କରାଯିବ ସହିତ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ଚନ୍ଦ୍ରମଣି ବାଘ ଛାତ୍ର ଛତ୍ରୀମାନଙ୍କୁ ସଡକ ସୁରକ୍ଷା ସମ୍ବନ୍ଧୀୟ ସୂଚନା ପ୍ରଦାନ କରି ଜିରୋ ମୃତାହତ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏହା ସହିତ ଦୁଲେଶ୍ୱର୍ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ସଡକ ସୁରକ୍ଷା ତାଲିମ ଦାତା ପ୍ରମୋଦ ସାମଲ ଛାତ୍ର ଛାତ୍ରୀଙ୍କୁ ଟ୍ରାଫିକ ସୂଚନା ସମ୍ପର୍କରେ ଏବଂ ଦୁର୍ଘଟଣା କମ କରିବା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ।
ଏହି ସଭାରେ ସଡକ ସୁରକ୍ଷା ସମ୍ପର୍କିତ ଏକ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା ଯେଉଁଥିରେ ପ୍ରଥମ୍, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଯଥା ପ୍ରାଚୀନ କୁମାର ସାମଲ, ତେଜସ ସୁଭବିତା ନାଏକ ଏବଂ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାଏକ ଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ନିଲାମ୍ବର ମେହେର ସଭା ପରିଚାଳନା କରିଥିଲେ ଏବଂ ସଭା ପରିଶେଷରେ ସହକାରୀ ଶିକ୍ଷକ ସଚ୍ଚିଦାନନ୍ଦ ବେରିହା ଧନ୍ୟବାଦ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

