ବୀରମହାରାଜପୁର ହରିହର ଜୋର୍ ଜଳସେଚନ ପ୍ରକଳ୍ପ ର ଅବସରପ୍ରାପ୍ତ କର୍ମଚାରୀଙ୍କ ବନ୍ଧୁମିଳନ କାର୍ଯ୍ଯକ୍ରମ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହରିହରଯୋର୍ ପ୍ରକଳ୍ପ ଅବସରପ୍ରାପ୍ତ କର୍ମଚାରୀଙ୍କ ଏକ ସ୍ମୃତିମୟ
ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ହରିହରଯୋର୍ ଡ଼ାକବଙ୍ଗଳା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରକଳ୍ପର ଅବସର ପ୍ରାପ୍ତ ସହଯାତ୍ରୀମାନେ ଦୀର୍ଘ ସମୟ ପରେ ଏକାଠି ହୋଇ ପୁରୁଣା ସ୍ମୃତିକୁ ପୁନଃସ୍ମରଣ କରିଥିଲେ।
ଏହି ବନ୍ଧୁମିଳନରେ ପାଖାପାଖି ୧୦୦ ଜଣ ଅବସରପ୍ରାପ୍ତ କର୍ମଚାରୀ ଉପସ୍ଥିତ ରହି ପୁରୁଣା କାର୍ଯ୍ୟଦିନର ଅନୁଭବ, ସଂଘର୍ଷ ଓ ସଫଳତାର ସ୍ମୃତି ଆଦାନ-ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଅଧିକାରୀ ଇଂ. ସୁଧିର ସାହୁ , ମଣ୍ଡଳ ଅଧିକାରୀ ଇଂ. ହିମାଂଶୁ ଶେଖର ମିଶ୍ର, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ମିଶ୍ରଙ୍କ ସମେତ ସିତାଂଶୁ ଶେଖର ମିଶ୍ର , ଗିରିଜା ଶଙ୍କର ସାହୁ , ଦୁର୍ଗା ମାଧବ ବହିଦାର , ରତ୍ନାକର କର୍ଣ୍ଣ , ମୀନକେତନ ମାଝୀ, ଅରକ୍ଷିତ ଜୁଏଡ, ମନୋରଞ୍ଜନ ପଣ୍ଡା, ଦିଲ୍ଲୀପ କୁମାର ବାରିକ, ସୁରୁ ସାହୁ, ଚମରା ମହାକୁର, ଚମ୍ପେଶ୍ୱର ପ୍ରଧାନ, ଅରବିନ୍ଦ କର୍ଣ୍ଣ, ସୁରେଶ ଭୋଇ, କ୍ଷେତ୍ରବାସୀ ସେଠି, ନରେନ୍ଦ୍ର ମହାଳିଙ୍ଗ, ହରି ପଟ୍ଟନାୟକ, ଜମ୍ବେଶ୍ୱର ବିଶ୍ୱାଳ, ଶଙ୍କର୍ଷଣ ପଣ୍ଡା, ରମେଶ ଗୁଦୁରିଆଙ୍କ ସହ ଅନେକ ପୁରୁଣା ସହଯାତ୍ରୀ ଉପସ୍ଥିତ ଥିଲେ।
ଗୋଟିଏ ବିଭାଗ, ଗୋଟିଏ କାର୍ଯ୍ୟସ୍ଥଳ ଓ ଗୋଟିଏ ସମୟର ସାକ୍ଷୀ ଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ପ୍ରଥମ ଥର ଏଭଳି ସ୍ମୃତିମୟ ସମାବେଶ ସମସ୍ତଙ୍କୁ ବେଶ ଆନନ୍ଦ ଓ ଆତ୍ମୀୟତାର ଅନୁଭୂତି ଦେଇଥିଲା। ଆଗାମୀଦିନରେ ପ୍ରତିବର୍ଷ ଏହି ବନ୍ଧୁମିଳନ ଆୟୋଜନ କରିବା ସହ ଆସନ୍ତା ବର୍ଷ ପରିବାରବର୍ଗଙ୍କୁ ସାମିଲ୍ କରି କାର୍ଯ୍ୟକ୍ରମ କରିବାକୁ ସମସ୍ତେ ଏକମତ ହୋଇଥିଲେ।
ଶେଷରେ ବେଶ ହସଖୁସିରେ ସମସ୍ତେ ବିଦାୟ ନେଇଥିଲେ।

