ଏଥର ଅନଲାଇନ ପ୍ରକ୍ରିୟାରେ ହେବ +୨ ଖାତା ଦେଖା
ଭୁବନେଶ୍ୱର,୧୩|୧: ଅନଲାଇନ୍ ପ୍ରକ୍ରିୟାରେ ହେବ +୨ ଖାତା ଦେଖା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କର୍ତ୍ତୃପକ୍ଷ । ତାଙ୍କ କହିବା ଅନୁସାରେ, ସ୍ୱଚ୍ଛ, ନିରପେକ୍ଷ ଏବଂ ସମୟାନୁବର୍ତ୍ତିତା ପାଇଁ ଅନଲାଇନ୍ ପ୍ରକ୍ରିୟାରେ ଖାତା ଦେଖା ହେବ । ଏନେଇ ପ୍ରସ୍ତାବ ଯାଇଛି, ଅନୁମତି ମିଳିବା ପରେ ହିଁ କାର୍ୟ୍ୟକ୍ଷମ ହେବ । ସୂଚନା ଅନୁସାରେ, ପୂର୍ବରୁ କେବଳ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଖାତା ଅନଲାଇନରେ ମୂଲ୍ୟାୟନ ହେଉଥିଲା । ବର୍ତ୍ତମାନ ଏବେ ସମସ୍ତ ବିଭାଗର ଖାତା ଅନଲାଇନ ପ୍ରକ୍ରିୟାରେ ଦେଖାଯିବାକୁ ପ୍ରସ୍ତାବ ଦିଆଯାଇଛି ।
ସୂଚନା ରହିଛିଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା ଗତ ଜାନୁଆରି ୨ ତାରିଖରୁ ଆରମ୍ଭ ହୋଇସାରିଛି । ୨୦୨୬ ବର୍ଷରେ କଳା, ବିଜ୍ଞାନ, ବାଣିଜ୍ୟ, ଏବଂ ଧନ୍ଦାମୂଳକ ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପରୀକ୍ଷା ଦେବେ। ତେବେ ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ରୁ ଅଧିକ ଓ କଳା ବିଭାଗରେ ପ୍ରାୟ ୮୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି । ଜାନୁଆରି ୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷାରେ ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ ।

