Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା! ବିଲରେ ଫିଙ୍ଗିଦେଲେ ମହିଳାଙ୍କ ମୃତଦେହ

ସୁନ୍ଦରଗଡ଼,୧୫|୧: ମହିଳାଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା | ନୃଶଂଶ ଭାବେ ପଥରରେ ଛେଚି ଛେଚି ହତ୍ୟା କରିଛନ୍ତି ଦୁର୍ବୁତ୍ତ | ସୁନ୍ଦରଗଡ ଟାଉନ ଥାନା ଶଙ୍କରା ଗଉଡପଡା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପୋଖରୀ ନିକଟରେ ଏକ ବିଲରୁ ଜଣେ ମହିଳାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ଆଜି ସୁନ୍ଦରଗଡ଼ ଟାଉନ ଥାନା ଶଙ୍କରା ଗଉଡପଡା ଗାଁ ପାଖ ଏକ ବିଲରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡିଥିବାର ସ୍ଥାନୀୟଵାସୀ ଦେଖିଥିଲେ । ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ଏହା ଏକ ହତ୍ୟା ବୋଲି ସନ୍ଦେହ କରାଯାଉଛି। ତାଙ୍କ ମୁହଁ ଓ ଶରୀରରେ କିଛି ସ୍ଥାନରେ ଗଭୀର କ୍ଷତ ରହିଛି । ତେଣୁ ମହିଳାଙ୍କୁ କେହି ଦୁର୍ବୁତ୍ତ ପଥରରେ ଛେଚି ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ଏହାପରେ ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ମୃତ ମହିଳାଙ୍କ ନାମ ଗୁରୁବାରୀ ମାଝୀ ଓ ସ୍ୱାମୀ ଗୋପାଳ ଲାକ୍ରା ବୋଲି ତଦନ୍ତରୁ ଜଣାପଡିଛି । ତେବେ ପ୍ରକୃତ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ନିଜର ତଦନ୍ତ ଚଲାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories