Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକ ବିଂଶତମ ପାତାଳୀ ମହୋତ୍ସବ ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ

ଉଲୁଣ୍ଡା :
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ କୋଟସମଲାଇ ଠାରେ ଆସନ୍ତା ଜାନୁୟାରୀ 18 ତାରିଖ ଠାରୁ ଆରମ୍ଭ ହୋଇ ଜାନୁୟାରୀ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏକବିଂଶ ତମ ପାତାଳି ମହୋତ୍ସବ। ଏଥିରେ କଳସ ଓ ସାଂସ୍କୃତିକ ଶୋଭାଯାତ୍ରା , ଭାଗବତ ସପ୍ତାହ ପାରାୟଣ, ୫୬- ପ୍ରହରୀ ନାମଯଜ୍ଞ , ଘୃତଯଜ୍ଞ , ବିଷ୍ଣୁ ସହସ୍ର ନାମ ପଠନ , ହବନ , ରକ୍ତଦାନ ଶିବିର , ସାଂସ୍କୃତିକ କାର୍ଯ୍ୟକ୍ରମ , ସଙ୍କୀର୍ତ୍ତନ ବୈଠକୀ ଆଦି ସନ୍ନିବେଶିତ ହେବ । ଏ ଅବସରରେ ଆଜି ବୀରମହାରାଜାପୁର ବିଧାୟକ ଇଂ. ରଘୁନାଥ ଜଗଦଲାଙ୍କ ଅଧ୍ୟକ୍ଷତାରେ ଚୁଡାନ୍ତ ପ୍ରସ୍ତୁତି ବୈଠକ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଟ୍ରଷ୍ଟ ସଦସ୍ଯ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମେହେର , ଏସ୍.ଡି.ପି.ଓ ହେମନ୍ତ କୁମାର ରାଓ , ଏ.ବି.ଡି.ଓ ଉଲୁଣ୍ଡା ଶୁଭ୍ରାଂଶୁ ଶେଖର ମଲ୍ଲିକ, ଭାରପ୍ରାପ୍ତ ତହସିଲଦାର ଉଲୁଣ୍ଡା ସୋମନାଥ ବେହେରା , ବିଭିନ୍ନ ବିଭାଗର ଅଧିକାରୀ ଟ୍ରଷ୍ଟ ସଦସ୍ଯ , ସେବାୟତ ସଂଘ ,ପାତାଳି ସେନା, ପ୍ରମୁଖ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ଶୌଚାଳୟ ନିର୍ମାଣ , ପାନୀୟଜଳ , ଖାଦ୍ୟର ଗୁଣାତ୍ମକମାନ , ସ୍ବଚ୍ଛତl , ବେଆଇନ ମଦ ବିକ୍ରୟ , ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା , ପୋଲିସ ସେବା , ଆଲୋକ ବ୍ଯବସ୍ଥା , ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ଦିବସରେ ବିଶିଷ୍ଟ ଅତିଥି , ଆର୍ଥିକ ସହାୟତା ଉପରେ ଆଲୋଚନା କରାଯାଇଥିଲା । ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବିଧାୟକ ପ୍ରତିଶୃତି ପ୍ରଦାନ କରିବା ସହିତ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ